କନକ ବ୍ୟୁରୋ: ନିଟ୍ରେ କୃତକାର୍ଯ୍ୟ ହେବାକୁ ଛାତ୍ରଛାତ୍ରୀଙ୍କ ଭିତରେ ପ୍ରତିଯୋଗିତା ଚାଲିଛି । ମାସ ମାସ ଧରି ପରିଶ୍ରମ କରୁଛନ୍ତି ପିଲା । ମେଡିକାଲ ପାଠ ପ୍ରତି ବଢ଼ୁଥିବା ଚାହିଦାର ସୁଯୋଗ ନେଇ ଦଲାଲ ମାନେ ସକ୍ରିୟ ହେଉଛନ୍ତି । ପ୍ରଲୋଭନ ଦେଖାଇ ଅଭିଭାବକଙ୍କୁ ଲକ୍ଷ ଲକ୍ଷ ଟଙ୍କା ଲୁଟୁଛନ୍ତି । ଦଲାଲ ଧରାପଡିବା ପରେ ସାମନାକୁ ଆସିଛି ପୂରା କାହାଣୀ ।
ମେଡିକାଲ ସିଟ୍ କରାଇ ଦେବାକୁ କୋଟି କୋଟି ଟଙ୍କା ଲୁଟିଥିବା ୪ ଦଲାଲ ଧରାପଡିବା ଭିତରେ, ଆଜି ସାରା ଦେଶରେ ଶେଷ ହୋଇଛି ନିଟ ପରୀକ୍ଷା। ତେବେ ପରୀକ୍ଷାର ଗୋଟେ ଦିନ ପୂର୍ବରୁ ଗତକାଲି ରାଜଧାନୀରୁ ନିଟ ସିଟ ବିକ୍ରି ଦଲାଲ ଧରାପଡିବ ପରେ ପରୀକ୍ଷାର ସ୍ୱଚ୍ଛତା ନେଇ ଚିନ୍ତା ପ୍ରକଟ କରିଛନ୍ତି ଅଭିଭାବକ ଓ ଛାତ୍ର ଛାତ୍ରୀ ।
ନିଟ୍ ପରୀକ୍ଷା ଦିନକ ପୂର୍ବରୁ ୪ ଦଲାଲ ଗିରଫ ହେବ ପରେ ପରୀକ୍ଷାକୁ ସ୍ଵଚ୍ଛ ଓ ଅବାଧ କରିବ ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଆଇଆଇସିଙ୍କୁ ଦିଆଯାଇଥିଲା ନିଜ ଅଞ୍ଚଳରେ ଥିବା ସେଣ୍ଟର ଦାୟିତ୍ବ । ଏସିପିମାନଙ୍କୁ ସମସ୍ତ ସେଣ୍ଟର ଯାଞ୍ଚ କରିବାକୁ ନିର୍ଦ୍ଦେଶ ରହିଥିଲା । ଯେଉଁ ସେଣ୍ଟରରେ ଅଧିକ ପରୀକ୍ଷାର୍ଥୀ ସେହି ସେଣ୍ଟରରେ ଅଧିକ ପୁଲିସ ଅଧିକାରୀଙ୍କୁ ମୁତୟନ କରାଯାଇଥିଲା । ଅନ୍ୟପଟେ ଅନ୍ୟ ରାଜ୍ୟ ମାନଙ୍କରୁ ମଧ୍ୟ କିଛି ଦଲାଲଙ୍କୁ ଗିରଫ କରିଛି ପୋଲିସ ।
ନିଟ୍ ପରିକ୍ଷା ସ୍ୱଚ୍ଛ ଏବଂ ଅବାଧ ହୋଇଥିବା ନେଇ ଆଶାବାଦୀ ଅଛନ୍ତି ପରିକ୍ଷାର୍ଥୀ । କିନ୍ତୁ ସିଟ୍ କରାଇଦେବାକୁ କହି ଭୁବନେଶ୍ବରରେ ଦଲାଲ ଗିରଫ ହେବା ପରେ ଏହାର ଚେର ଯେ ଅନ୍ୟ ରାଜ୍ୟକୁ ଲମ୍ବିଛି ତାହା ସ୍ପଷ୍ଟ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/05/04/b3bYq0anxz87fuFxqFLW.jpg)