କନକ ବ୍ୟୁରୋ: ରାସ୍ତା କଡ଼ରେ ଆଣ୍ଠେଇଛି ୧୦୮ ଆମ୍ବୁଲାନ୍ସ । ରୋଗୀ ନେଇ ଯାଉଥିବାବେଳେ ରାସ୍ତା ମଝିରେ ଅଚଳ ହୋଇପଡ଼ିଲା ଆମ୍ବୁଲାନ୍ସ । ଏ ଘଟଣା ଏବେକାର ନୁହେଁ । ଏଘଟଣାକୁ ୧୩ ଦିନ ହେଲାଣି କିନ୍ତୁ ଏବେବି ରାସ୍ତା କଡ଼ରେ ଛିଡ଼ାହୋଇଛି ଆମ୍ବୁଲାନ୍ସ । ମାଲକାନଗିରି ମାଥିଲି ବ୍କଲକ ପାଙ୍ଗୋମ ଶିବ ମନ୍ଦିର ନିକଟରେ ଅଚଳ ହୋଇ ଛିଡ଼ା ହୋଇଛି ଏହି ଆମ୍ବୁଲାନ୍ସ । ନା ଅଧିକାରୀ ଆସୁଛନ୍ତି ନା ଆମ୍ବୁଲାନ୍ସକୁ ରାସ୍ତାକଡ଼ରୁ ନେଉଛନ୍ତି । ଫଳରେ ସ୍ବାସ୍ଥ୍ୟ ବିଭାଗର ଖାମଖିଆଲି କାମ ଜଳ ଜଳ ହୋଇ ଦେଖାଯାଉଛି । ରାସ୍ତାରେ ଡବଲ ଇଞ୍ଜିନ ସରକାର ଆସିଲା କିନ୍ତୁ କିଛି ବିକାଶ ହେଉନି ବରଂ ବିଜେପି ସରକାର ଉପରେ କ୍ଷୋଭ ପ୍ରକାଶ କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ ।
ପୁଣି ଆମ୍ବୁଲାନ୍ସ ହଟହଟା ; ରୋଗୀ ନେଇ ଯିବାବେଳେ ବାଟରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ
ରାସ୍ତା କଡରେ ଆଣ୍ଠେଇଛି ଆମ୍ବୁଲାନ୍ସ । ରୋଗୀ ନେଇ ଯାଉଥିବା ବେଳେ ମାଲକାନଗିରି ଜିଲ୍ଲା ଏନ.ଏଚରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ । ୨ ସପ୍ତାହ ପରେ ବି ତିଆରି ହେଉନି ଜରୁରୀକାଳୀନ ଗାଡ଼ି ।
/kanak/media/media_files/2025/10/07/6-2025-10-07-08-53-54.jpg)