କନକ ବ୍ୟୁରୋ: ଚାଷ ଓ ଚାଷୀଙ୍କୁ ଗୁରୁତ୍ବ ଦେଇଆସିଛନ୍ତି ସରକାର । ବଜେଟ୍ରେ କୋଟିକୋଟିର ବ୍ୟୟ ବରାଦ ହେଉଛି । ହେଲେ ଚାଷୀଙ୍କ ପିଛା ଛାଡୁନି ସମସ୍ୟା । କେନାଲ ଥାଇ ବି କାମରେ ଆସୁନି । ଭଙ୍ଗା ନାଳର ମରାମତି ହୋଇପାରୁନି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକର ମାଣିତ୍ରୀ ଖଣ୍ଡବନ୍ଧ ରେଙ୍ଗାଲୀ କେନାଲର ଦୃଶ୍ୟ ଚାଷୀମାନେ କେତେ ସମସ୍ୟାରେ ରହିଛନ୍ତି ତାହା ଅନୁମେୟ ।
କେନାଲ ଉପରେ ଜଗନ୍ନାଥପୁର, ମାଣିତ୍ରୀ, ଖଣ୍ଡବନ୍ଧ, ମଲାଙ୍ଗଡିହ, ବାଦୂରା, ବଡ଼ଭାଗ ଗାଁର ଚାଷୀ ନିର୍ଭର କରନ୍ତି । ଅନେକ ଦିନ ହେଲା କେନାଲ ବନ୍ଧ ଭାଙ୍ଗି ଯାଇଛି । ଅନେକ ଥର ଜଣାଇବା ପରେ ମଧ୍ୟ ଅଧିକାରୀଙ୍କ ଦେଖା ନାହିଁ କି ମରାମତି ହେଉନାହିଁ ! କେବଳ ପ୍ରତିଶ୍ରୁତି ମିଳିଥିବା ଅଭିଯୋଗ ହୋଇଛି । ଅକ୍ଷୟ ତୃତୀୟାରୁ ଚାଷୀ, ଚାଷ ଅନୁକୁଳ କରିଥିବା ବେଳେ ମୁକୁଳା ବନ୍ଧ ଏବେ ଚିନ୍ତାର କାରଣ ହୋଇଛି । ସେପଟେ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।
Follow Us