ବାତ୍ୟା ପରେ ଥମୁନି ବିପନ୍ନଙ୍କ ଦୁର୍ଦ୍ଦଶା: ଛପର ଉଡ଼ିଯାଇଥିବା ବେଳେ ଭାଙ୍ଗି ପଡିଛି ଝାଟିମାଟି ଘର

Advertisment

ବାତ୍ୟା ପରେ ବଢ଼ିଛି ଲୋକଙ୍କ ସମସ୍ୟା। ସଠିକ ଭାବରେ ଲୋକଙ୍କୁ ସହାୟତା ଯୋଗାଇ ଦିଆଯାଉନାହିଁ। ଘର ଛପର ଉଡ଼ିଯାଇଛି ହେଲେ ଲୋକଙ୍କୁ ପଲିଥିନ ବଣ୍ଟା ଯାଉନାହିଁ।  ଫଳରେ ଭଙ୍ଗା ଘରେ  ଜୀବନ କାଟିବାକୁ ପଡ଼ୁଛି। 

ବାତ୍ୟା ପରେ ବଢ଼ିଛି ଲୋକଙ୍କ ସମସ୍ୟା। ସଠିକ ଭାବରେ ଲୋକଙ୍କୁ ସହାୟତା ଯୋଗାଇ ଦିଆଯାଉନାହିଁ। ଘର ଛପର ଉଡ଼ିଯାଇଛି ହେଲେ ଲୋକଙ୍କୁ ପଲିଥିନ ବଣ୍ଟା ଯାଉନାହିଁ।  ଫଳରେ ଭଙ୍ଗା ଘରେ  ଜୀବନ କାଟିବାକୁ ପଡ଼ୁଛି। 

wdwdq

କନକ ବ୍ୟୁରୋ: ବାତ୍ୟା ପରେ ବଢ଼ିଛି ଲୋକଙ୍କ ସମସ୍ୟା। ସଠିକ ଭାବରେ ଲୋକଙ୍କୁ ସହାୟତା ଯୋଗାଇ ଦିଆଯାଉନାହିଁ। ଘର ଛପର ଉଡ଼ିଯାଇଛି ହେଲେ ଲୋକଙ୍କୁ ପଲିଥିନ ବଣ୍ଟା ଯାଉନାହିଁ।  ଫଳରେ ଭଙ୍ଗା ଘରେ  ଜୀବନ କାଟିବାକୁ ପଡ଼ୁଛି। 

ବାତ୍ୟା ଦାନା’ ଚାଲିଗଲା ସତ କିନ୍ତୁ ଦେଇଗଲା ଅନେକ ଦୁଃଖ । ଏହାର ପ୍ରଭାବ ଉପକୂଳ ଓଡ଼ିଶାରେ ବେଶୀ ପଡିଥିବା ବେଳେ ଅନେକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି । ପ୍ରବଳ ବର୍ଷାରେ ନୀଳଗିରିରେ ମୋଟ ୫୦ ପ୍ରତିଶତ ଘର ଭାଙ୍ଗି ଯାଇଛି। ନୀଳଗିରି ଏନଏସି ୭ ନମ୍ୱର ୱାର୍ଡର ସଅର ସାହିରେ ୨୬ ଟି ପରିବାରର ଚାଳ ଛପର ଉଡିଯାଇଛି। ଯାହାଫଳରେ କିଛି ଦିନ ହେବ  ଓଦା ମାଟି ଚଟାଣରେ ଛୋଟ ଶିଶୁମାନଙ୍କୁ ଧରି ରହୁଛନ୍ତି ୧୫ରୁ ଅଧିକ ପରିବାର। ପ୍ରଶାସନ ପକ୍ଷରୁ ରିପୋର୍ଟ ହୋଇଛି  ହେଲେ ଏଯାବତ ପ୍ରଶାସନ ତରଫରୁ ପଲିଥିନ ବଣ୍ଟନ କରାଯାଇନାହିଁ। ଖୋଲାଆକାଶ ତଳେ ରହୁଥିବା ଲୋକ ଏବେ ଅନେକ ସମସ୍ୟା ଭିତରେ ଘାଣ୍ଟି ହେଉଛନ୍ତି ।

ପରିବାର ସହ ଏବ ବେସାହାରା ହୋଇ ବୁଲୁଛନ୍ତି ସଅର ସାହିର ଲୋକ । ସବୁଠୁ ବଡ଼ କଥା ହେଲା ସେମାନଙ୍କ ଘର ତ ଦୂର କଥା ଏଯାଏଁ ସ୍ଥାୟୀ ପଟ୍ଟା ଖଣ୍ଡେ ପ୍ରଦାନ କରାଯାଇନି । ଟଙ୍କା ଦେଲେ ପଟ୍ଟା କରାଯିବ ବୋଲି କୁହାଯାଉଥିବା ବେଳେ ଲୋକଙ୍କ ସମସ୍ୟା କେହି ବି ଶୁଣିବାକୁ ନାରାଜ ।  ବାସହରା ହୋଇପଡିଥିବା ପରିବାରକୁ ଖୁବଶୀଘ୍ର ଘର ଖଣ୍ଡିଏ ଯୋଯିବା ସହ ତୁରନ୍ତ ପଟ୍ଟା ଯୋଗାଇଦେବାକୁ ଦାବି କରିଛନ୍ତି ୱାର୍ଡ଼ବାସୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe