କନକ ବ୍ୟୁରୋ; ବିପଦକୁ ଡାକୁଛି କୋଲାବ ବ୍ରିଜ୍। ରକ୍ଷଣାବେକ୍ଷଣ ଅଭାବରୁ ପୋଲର ଅବସ୍ଥା ଏମିତି ହୋଇଛି ଯେ କେତେବେଳେ କ’ଣ ଅଘଟଣ ଘଟିବ କହିହେଉନାହିଁ, ଯାହାକୁ ନେଇ ଏକାଠି ହୋଇଛନ୍ତି ବ୍ରିଜ୍ ସୁରକ୍ଷା ମଞ୍ଚ । କୋଲାବ ବ୍ରିଜ୍। ୧୯୩୧ ମସିହାରେ ବ୍ରିଟିଶ ଅମଳରେ ଲୁହାରେ ନିର୍ମିତ ହୋଇଥିଲା ଏହି ବ୍ରିଜ୍ । ରକ୍ଷଣାବେକ୍ଷଣ ଅଭାବରୁ ଏହା ଶୋଚନୀୟ ହୋଇପଡ଼ିଛି। ପୋଲ ସାରା ଖାଲଖମା । କେତବେଳେ କ’ଣ ଘଟିବ ତାହା କହିହେବନି। ପ୍ରଶାସନର ଏହା ଉପରେ ନଜର ଥାଇ ମଧ୍ୟ ସୁରକ୍ଷା ଦିଗରେ ଧ୍ୟାନ ଦିଆଯାଉନଥିବା ଅଭିଯୋଗ ଆସିଛି । ବୈପାରିଗୁଡ଼ା ଓ ଲମତାପୁଟ ବ୍ଲକର କିଛି ଯୁବକ ଏକ ସଂଗଠନ ଗଠନ କରି ପୋଲର ସୁରକ୍ଷା ପାଇଁ ଆଗେଇ ଆସିଛନ୍ତି ।
ଏକତ୍ରିତ ହୋଇ ଆୟୋଜନ କରିଛନ୍ତି ବ୍ରିଜ୍ ବଞ୍ଚାଅ ରାଲି । କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର, ମାଛକୁଣ୍ଡ ଜଳପ୍ରପାତ ଭଳି ସ୍ଥାନକୁ ଏହି ପୋଲ ଦେଇ ପର୍ଯ୍ୟଟକ ଆସିଥାନ୍ତି। ପ୍ରତିଦିନ ହଜାର ହଜାର ଯାନବାହନ ଚଳାଚଳ କରିଥାଏ। ତେଣୁ ଏହାର ସୁରକ୍ଷା ପାଇଁ ଆହ୍ବାନ ଦେଇଛନ୍ତି କୋଲାବ ବ୍ରିଜ୍ ସୁରକ୍ଷା ମଞ୍ଚ । ରାଞ୍ଚି ବିଜୟଓ୍ବାଡ଼ା ୩୨୬ ନମ୍ବର ଜାତୀୟ ରାଜପଥର ମେରୁଦଣ୍ଡ ହେଉଛି କୋଲାବ ବ୍ରିଜ୍। ଏହା ଭୁଶୁଡ଼ିଲେ ମାଲକାନଗିରି ସମେତ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଏବଂ ତେଲେଙ୍ଗାନା ରାଜ୍ୟକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/09/05/bridge-2025-09-05-19-26-32.jpg)