କନକ ବ୍ୟୁରୋ:  ବିପଦସଙ୍କୁଳ ବ୍ରିଟିଶ ଅମଳ ଜଳକା ସେତୁ । ବସ୍ତା ବ୍ଲକ ବାହାର୍ଦା ଓ ମଥାନୀ ପଞ୍ଚାୟତ ଦେଇ ପ୍ରବାହିତ ହେଉଛି ଜଳକା ନଦୀ । ନଦୀ ଉପରେ ଏକ ସେତୁ ରହିଛି । ରକ୍ଷଣାବେକ୍ଷଣ ଅଭାବରୁ ଦେଢ଼ଶହ ବର୍ଷର ପୁରୁଣା ବ୍ରିଜଟି ଭାଙ୍ଗିରୁଜି ଗଲାଣି । ଲୋକଙ୍କ ବାରମ୍ବାର ଦାବି ପରେ ୨୦୧୮-୧୯ ଆର୍ଥିକ ବର୍ଷରେ ନୂଆ ପୋଲ ପାଇଁ ଯୋଜନା କରାଗଲା । ପୂର୍ତ୍ତ ବିଭାଗ ପକ୍ଷରୁ ୬କୋଟି ଟଙ୍କା ବ୍ୟୟ ବରାଦ ହେଲା ।

Advertisment

୨ ବର୍ଷ ମଧ୍ୟରେ ସେତୁ ନିର୍ମାଣ ସାରିବାକୁ ଠିକା ସଂସ୍ଥା ସହ ଚୁକ୍ତି ହୋଇଥିଲା । ହେଲେ ୨୦୨୦-୨୧ରୁ ଆରମ୍ଭ ହୋଇଥିବା କାମ ଏଯାଏଁ ସରୁନାହିଁ । ଠିକାଦାରଙ୍କ ମନମାନୀର ଫଳ, ସାଧାରଣ ଲୋକଙ୍କୁ ଭୋଗିବାକୁ ପଡୁଥିବା ଅଭିଯୋଗ ହୋଇଛି । ପୋଲଟି ୬୦ନଂ ଜାତୀୟ ରାଜପଥର ଅଂଶ ବିଶେଷ । ତେଣୁ ଅଧିକାଂଶ ସମୟରେ ଭାରିଯାନ ଚଳାଚଳ କରିଥାଏ । ବସ୍ତାର ୫ରୁ ୭ଟି ପଞ୍ଚାୟତର ଲୋକ ସଂପୂର୍ଣ୍ଣ ନିର୍ଭର କରିଥାଆନ୍ତି। ହେଲେ ନୂତନ ପୋଲ କାମ ନସରିବା କାରଣରୁ ପୁରୁଣା ଭଙ୍ଗା ପୋଲରେ ଗାଡ଼ିମଟର ଚାଲୁଛି ।  ତୁରନ୍ତ ପୋଲ କାମ ନିର୍ମାଣ ନସାରିଲେ ଜନଆନ୍ଦୋଳନ ନେଇ ଚେତାବନୀ ଦେଇଛି ମଥାନୀ ବଣିକ ସଂଘ ।