ବ୍ରିଟେନର କଠୋର ପଦକ୍ଷେପ: ଋଷ୍‌କୁ ୫୦ ଦିନରେ ଆଣ୍ଠେଇବାକୁ ଉଦ୍ୟମ

ଋଷ୍‌ର ୧୩୫ଟି ତୈଳ ଟ୍ୟାଙ୍କରକୁ ଟାର୍ଗେଟ କରିଛି ବିଟ୍ରେନ

ଋଷ୍‌କୁ ମାଟି କାମୁଡାଇବ ବ୍ରିଟେନ୍‌

ଋଷ୍‌କୁ ମାଟି କାମୁଡାଇବ ବ୍ରିଟେନ୍‌ Photograph: (Kanak News)

କନକ ବ୍ୟୁରୋ: ଋଷକୁ ୫୦ ଦିନ ମଧ୍ୟରେ ମାଟିକାମୁଡିବାକୁ ବାଧ୍ୟ କରିଦବ ବ୍ରିଟେନ୍‌ । କାରଣ ଋଷର ଅର୍ଥନୀତିକୁ ଦୁର୍ବଳ କରିବା ଏବଂ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଯୁଦ୍ଧ ପାଇଁ ଆସୁଥିବା ପାଣ୍ଠିକୁ ରୋକିବା ପାଇଁ ବ୍ରିଟେନ ୧୩୭ଟି ନୂଆ ପ୍ରତିବନ୍ଧକ ଲଗାଇସାରିଛି । ଏହି ପ୍ରତିବନ୍ଧକରେ ଋଷ  ଆଣ୍ଠେଇବାକୁ ବାଧ୍ୟ ହୋଇଯିବ ବୋଲି ବ୍ରିଟେ୍‌ନ କହିଛି । ତେବେ ଋଷ୍‌ କୁ ଏପରି ଟାର୍ଗେଟ୍‌ କରିବାର ମୁଖ୍ୟ କାରଣ ହେଉଛି ୟୁକ୍ରେନ୍‌ । ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ବିରୋଧ କରି ବ୍ରିଟେନ ଏକ କଠୋର ଆଭିମୁଖ୍ୟ ଗ୍ରହଣ କରିଛି । ବ୍ରିଟେନ  ଏହି ପଦକ୍ଷେପର ମୂଳ ଲକ୍ଷ୍ୟ ହେଉଛି ଋଷର ଶକ୍ତି ଏବଂ ତୈଳ କ୍ଷେତ୍ରକୁ ଆଘାତ ଦେବା, ଯାହା ପୁଟିନଙ୍କ ଯୁଦ୍ଧ ପାଇଁ ଆର୍ଥିକ ସହାୟତାର ମୁଖ୍ୟ ସ୍ରୋତ। 

ଏହି ନୂତନ ପ୍ରତିବନ୍ଧକଗୁଡିକ ମୁଖ୍ୟତଃ ଋଷର ଛାୟା ଜାହାଜକୁ ଲକ୍ଷ୍ୟ ରଖିଛି । ଏହି ଜାହାଜଗୁଡ଼ିକ ଅନ୍ତର୍ଜାତୀୟ ପ୍ରତିବନ୍ଧକରୁ ବଞ୍ଚିବା ପାଇଁ ବେଆଇନ ଭାବେ ଋଷର ତୈଳ ପରିବହନ କରୁଥିଲେ। ବ୍ରିଟେନ ସରକାରଙ୍କ ଅନୁଯାୟୀ, ୨୦୨୪ ଆରମ୍ଭରୁ ଏହି ଜାହାଜଗୁଡ଼ିକ ୨୪ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ ପରିବହନ ପାଇଁ ଦାୟୀ । ନୂଆ ପ୍ରତିବନ୍ଧକ ଅନୁଯାୟୀ, ୧୩୫ଟି ତୈଳ ଟ୍ୟାଙ୍କରକୁ ଟାର୍ଗେଟ କରାଯାଇଛି  । ଏଥିସହିତ, ଋଷର ପ୍ରମୁଖ ତୈଳ କମ୍ପାନୀ ଲୁକୋଇଲ୍ ସହ ଜଡିତ ଥିବା ଲିଟାସ୍କୋ ମିଡିଲ୍ ଇଷ୍ଟ ଡିଏମସିସିକୁ ମଧ୍ୟ ଟାର୍ଗେଟ କରାଯାଇଛି । ବ୍ରିଟେନର ବୈଦେଶିକ ସଚିବ ଡେଭିଡ୍ ଲାମି କହିଛନ୍ତି, "ଏହି ନୂଆ ପ୍ରତିବନ୍ଧକ ପୁଟିନଙ୍କ ଛାୟା ଜାହାଜକୁ ଆହୁରି ଭାଙ୍ଗିବ ଏବଂ ଋଷର ଯୁଦ୍ଧ ପାଣ୍ଠିକୁ ତା'ର ଗୁରୁତ୍ୱପୂର୍ଣ୍ଣ ତୈଳ ରାଜସ୍ୱରୁ ବଞ୍ଚିତ କରିବ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେପର୍ଯ୍ୟନ୍ତ ପୁଟିନ୍ ଶାନ୍ତି ଆଲୋଚନାରେ ବିଳମ୍ବ କରିବେ, ସେ ପର୍ଯ୍ୟନ୍ତ ବ୍ରିଟେନ ଚୁପ୍ ବସିବ ନାହିଁ ଏବଂ ଆର୍ଥିକ ଚାପ ବୃଦ୍ଧି ପାଇଁ ନିଜର ସମସ୍ତ ପ୍ରତିବନ୍ଧକ ବ୍ୟବସ୍ଥାର ବ୍ୟବହାର ଜାରି ରଖିବ । "୫୦ ଦିନରେ ଆଣ୍ଠେଇବା" ପ୍ରସଙ୍ଗଟି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ବୟାନ ସହ ଜଡିତ, ଯେଉଁଥିରେ ସେ ମସ୍କୋକୁ କିଭ୍ ସହ ଶାନ୍ତି ଚୁକ୍ତି ପାଇଁ ୫୦ ଦିନର ସମୟ ଦେଇଥିଲେ। ଏହାପରେ ବ୍ରିଟେନ ୟୁକ୍ରେନକୁ ସଶସ୍ତ୍ର କରିବା ପାଇଁ ୫୦ ଦିନିଆ ଅଭିଯାନ ପାଇଁ ଆହ୍ୱାନ ଦେଇଥିଲା ।  ଏହି ପ୍ରତିବନ୍ଧକଗୁଡ଼ିକ ୟୁକ୍ରେନ ସହଯୋଗରେ ୟୁରୋପୀୟ ସଂଘ ସହିତ ମିଳିତ ଭାବେ ଲାଗୁ କରାଯାଇଛି । ଏହା ପୂର୍ବରୁ ମଧ୍ୟ ପାଶ୍ଚାତ୍ୟ ଦେଶମାନଙ୍କ ଦ୍ୱାରା ଲଗାଯାଇଥିବା ପ୍ରତିବନ୍ଧକ ଯୋଗୁଁ ୨୦୨୨ ପରଠାରୁ ଋଷର ତୈଳ ଓ ଗ୍ୟାସ ରାଜସ୍ୱରେ ହ୍ରାସ ଦେଖାଯାଇଛି । ଏହି ନୂଆ ଏବଂ କଠୋର ପ୍ରତିବନ୍ଧକ ଋଷ ଉପରେ ଆର୍ଥିକ ଚାପକୁ ଆହୁରି ବଢାଇବ ବୋଲି ଆଶା କରାଯାଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe