କନକ ବ୍ୟୁରୋ: ଟିକେ ବଡ଼ ପଦରେ ରହିଲେ ଦାମୀ ବାଇକ୍ ବା ଦାମୀ କାରରେ ଲୋକେ ଯିବାକୁ ପସନ୍ଦ କରନ୍ତି । କିନ୍ତୁ କିଛି ମହାନ ବ୍ୟକ୍ତି ଏପରି ଚିନ୍ତାଧାରାର ପରିପନ୍ଥି । ଉଚ୍ଚ ପଦ ପଦବୀରେ ଥାଇ ବି ଏକାନ୍ତ ସରଳ ନିରାଡମ୍ବର ଜୀବନ ବିତାଇବାକୁ ପସନ୍ଦ କରନ୍ତି । ଏପରି ଜଣେ ବ୍ୟକ୍ତିତ୍ବ ହେଉଛନ୍ତି ପଦ୍ମଶ୍ରୀ ବିଜେତା ତଥା ଦେଶର ସୁନାମଧନ୍ୟ ପଦାର୍ଥବିଜ୍ଞାନୀ ଏଚସି ବର୍ମା ।
ଏବେ ତାଙ୍କର ଏକ ଭିଡ଼ିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । ଯେତେ କାନପୁର ମେଟ୍ରୋରେ ଯାଉଥିବାବେଳେ କିଛି ଯୁବକ ତାଙ୍କର ଭିଡିଓ ବନାଇଥିଲେ । ତାଙ୍କ କହିବା ଅନୁସାରେ ଡ. ବର୍ମାଙ୍କର ଅର୍ଥରେ ଅଭାବ ନାହିଁ କିନ୍ତୁ ସେ ଯେବେବି ଯୁଆଡେ ଯାଆନ୍ତି , ବସ୍ କିବା ଟ୍ରେନରେ ଯିବାକୁ ପସନ୍ଦ କରନ୍ତି । ସେମିତି ଜରୁରୀ ଥିଲେ ବିମାନରେ ଯାଆନ୍ତି ନଚେତ୍ ଟ୍ରେନରେ ଯିବାକୁ ପସନ୍ଦ କରନ୍ତି । ସାଧାରଣ ଜୀବନ ବଞ୍ଚିବାରେ ତାଙ୍କର ଆନନ୍ଦ ବୋଲି ବାର୍ତ୍ତା ଦେଇଛି ଏହି ଭିଡିଓ । ତେବେ ବ୍ୟକ୍ତିର ବାହ୍ୟ ଐଶ୍ବର୍ଯ୍ୟ ନୂହେଁ ବରଂ ତାଙ୍କର ଚିନ୍ତାଧାରା ଓ କାର୍ଯ୍ୟ ହିଁ ଦେଶର ତଥା ସମାଜ ପାଇଁ ଉପଯୋଗୀ ହେବା ଉଚିତ ବୋଲି ଏ ଭିଡିଓ ମାଧ୍ୟମରେ ବାର୍ତ୍ତା ଦେବାକୁ ଚେଷ୍ଟା କରାଯାଇଛି ।
ବଡ଼ ଲୋକଙ୍କ ସରଳ ଜୀବନ ; କାର୍ ନୁହେଁ ଲୋକାଲ ଟ୍ରେନରେ ଯାଆନ୍ତି ପଦ୍ମଶ୍ରୀ ବିଜେତା ଏଚସି ବର୍ମା
କାର ନୁହେଁ ସବୁବେଳେ ଟ୍ରେନରେ ଯାତ୍ରା କରନ୍ତି ପଦ୍ମଶ୍ରୀ ଏଚସି ବର୍ମା । ଏବେ ଚର୍ଚ୍ଚାରେ ତାଙ୍କର ସରଳ ଜୀବନ
/kanak/media/media_files/2025/08/31/ee-2025-08-31-17-56-22.jpg)