ବିନେଶ ଯେଉଁଠି ପାଦ ଦିଏ ସେଠି ବିନାଶ ଘଟେ । ବିନେଶଙ୍କ ବିଜୟ ପରେ ଏମିତି କହିଲେ ବ୍ରିଜଭୂଷଣ

ବାଜି ମାରିଲେ କୁସ୍ତି ଯୋଦ୍ଧା ବିନେଶ ଫୋଗଟ୍ । ୬୦୧୫ ଭୋଟରେ ବିଜୟୀ ହୋଇଛନ୍ତି ବିନେଶ୍ । ହରିୟାଣା ଜୁଲାନାରୁ ଲଢୁଥିଲେ ବିନେଶ । ତେବେ ବିନେଶଙ୍କ ବିଜୟ ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପିର ପୂର୍ବତନ ସାଂସଦ ବ୍ରିଜଭୂଷଣ ସିଂ ।

Brijbhushan

କନକ ବ୍ୟୁରୋ : ବାଜି ମାରିଲେ କୁସ୍ତି ଯୋଦ୍ଧା ବିନେଶ ଫୋଗଟ୍ । ୬୦୧୫ ଭୋଟରେ ବିଜୟୀ ହୋଇଛନ୍ତି ବିନେଶ୍ । ହରିୟାଣା ଜୁଲାନାରୁ ଲଢୁଥିଲେ ବିନେଶ । ତେବେ ବିନେଶଙ୍କ ବିଜୟ ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପିର ପୂର୍ବତନ ସାଂସଦ ବ୍ରିଜଭୂଷଣ ସିଂ । ସେ କହିଛନ୍ତି, ବିନେଶ ଫୋଗଟ ଜିତିଛନ୍ତି ସତ କିନ୍ତୁ ସେ ଯେଉଁଠି ବି ପାଦ ଦିଅନ୍ତି ସେଠାରେ ବିନାଶ ଘଟେ । ସେ କଂଗ୍ରେସରେ ପାଦ ଦେଲେ ଆଉ କଂଗ୍ରେସର ବିନାଶ ଘଟିଛି । 

ଏକଜିଟ୍ ପୋଲର ଗଣିତ ଅନୁସାରେ ହରିୟାଣାରେ କଂଗ୍ରେସ ସରକାର ଗଢୁଥିଲା । କିନ୍ତୁ ଫଳାଫଳ ସମ୍ପୂର୍ଣ୍ଣ ଅଲଗା ଆସିଛି । ଆଉ ଏହାର କାରଣ ହେଉଛନ୍ତି ବିନେଶ ଫୋଗଟ । କଂଗ୍ରେସର ଯୋଗଦେଲେ ହରିୟାଣାରେ କଂଗ୍ରେସର ବିନାଶ ଘଟିଲା । ଏକଜିଟ୍ ପୋଲରେ ଯେଉଁଠି କଂଗ୍ରେସ ସରକାର ଗଢୁଥିଲା ସେଠାରେ ଭାରତୀୟ ଜନତା ପାର୍ଟି ସରକାର ଗଢିଛି । 

ସେପଟେ ବିଜୟ ପରେ ବିନେଶ ଫୋଗଟ୍ କହିଛନ୍ତି, ଲୋକଙ୍କ ଭଲପାଇବା ପାଇଁ ମୁଁ ବିଜୟ ହୋଇଛି । ଆଗାମୀ ଦିନରେ ଲୋକଙ୍କ ପାଇଁ କାମ କରିବି । ଯେତେ ସମ୍ଭବ କ୍ରୀଡା ପାଇଁ ମଧ୍ୟ କାମ କରିବି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe