କନକବ୍ୟୁରୋ : ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ ସମସ୍ୟା ସମାଧାନ ପାଇଁ, ନିର୍ମାଣ ଚାଲିଛି ଦୁଇଟି ପୋଲ, ଗୋଟିଏ ମନ୍ଥର ଗତିରେ ଆଉ ଗୋଟେ ଭୁଶୁଡ଼ି ପଡ଼ିବା ପରେ କାମ ବନ୍ଦ୍ ପୂର୍ତ୍ତ ବିଭାଗ ର ଅବହେଳା ପାଇଁ ଦୁର୍ଘଟନା ପାଇଁ ଜୀବନ ଯାଉଛି । ଏହେଉଛି କେନ୍ଦ୍ରାପଡ଼ା ସହରର ଦୃଶ୍ୟ। ସବୁବେଳେ ଗାଡ଼ିମଟର ଭିଡ଼ । ସହରର ତିନିମୁହାଣି ଠାରୁ ପୁରୁଣା ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ଯିବା ପାଇଁ ରହିଛି, ସରୁ ରାସ୍ତା। କୌଣସି ଶୋଭାଯାତ୍ରା କିମ୍ବା ଯାନିଯାତ୍ରା ସମୟରେ ସହରର ରାସ୍ତା ସମ୍ପୂର୍ଣ ଠପ୍ ହୋଇଯାଏ ।
ଭିଡ଼ରୁ ବାହାରି ଗନ୍ତବ୍ୟ ସ୍ଥଳରେ ପହଂଚିବା ମୁସ୍କିଲ ହୋଇଯାଏ। କେନ୍ଦ୍ରାପଡ଼ା ସହରର ତିନିମୁହାଣି ଏକ ପ୍ରମୁଖ ବ୍ୟବସାୟ ସ୍ଥଳ। କେନ୍ଦ୍ରାପଡ଼ାରୁ ଭଦ୍ରକ, ବାଲେଶ୍ଵର, କଟକ ଜିଲ୍ଲାକୁ ଯିବା ପାଇଁ ପ୍ରମୁଖ ରାସ୍ତା। ଏହି ରାସ୍ତାରେ ଜମୁଥିବା ଭିଡ଼କୁ ଦେଖି, ପୂର୍ତ୍ତ ବିଭାଗ ପକ୍ଷରୁ ତିନିମୁହାଣିରେ ଏକ ପୋଲ ନିର୍ମାଣ ଚାଲିଛି । କିନ୍ତୁ କାମ ସରୁନାହିଁ ।
ମନ୍ଥର ଗତିରେ କାମ ଚାଲିଥିବାରୁ, କେବେ ସରିବ ତାହା ବି କାହାକୁ ଜଣାନାହିଁ। ଅନ୍ୟପଟେ ସହରକୁ ଏକ ବାଇପାସ୍ ରାସ୍ତା ନିର୍ମାଣ ଚାଲିଥିଲା। ନିର୍ମାଣଧିନ ପୋଲଟି ଭଙ୍ଗି ଯିବାରୁ ତାହା ବି ଅଧ ପନ୍ତରିଆ ହୋଇ ପଡ଼ିରହିଛି । ତୁରନ୍ତ ପୋଲ ନିର୍ମାଣ କରି ଭିଡ଼ ନିୟନ୍ତ୍ରଣ କରିବାକୁ କେନ୍ଦ୍ରାପଡ଼ାବାସୀ ଦାବି କରିଛନ୍ତି ।