କନକ ବ୍ୟୁରୋ : ଅସୁରକ୍ଷିତ ଅବସ୍ଥାରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର । ଅଙ୍ଗନବାଡି କେନ୍ଦ୍ରର ଛାତରୁ ଖସୁଛି ଖଣ୍ଡଖଣ୍ଡ କଂକ୍ରିଟ, କେତେକ ସ୍ଥାନରେ କଂକ୍ରିଟ ଖସିଛାତରେ ଥିବା ରଡ ଗୁଡିକ ମଧ୍ୟ ଝୁଲନ୍ତା ଅବସ୍ଥାରେ ରହିଛି  । ହେଲେ ଏଭଳି ଅବସ୍ଥାରେ ଜୀବନକୁ ବାଜି ଲଗାଇ ଚାଲିଛି ପାଠ ପଢା । ନୂତନ ଅଙ୍ଗନ ବାଡି ଗୃହ ନିର୍ମାଣ ପାଇଁ ଅର୍ଥ ଆସିଛି ସତ ହେଲେ ଏଯାବତ କୌଣସି କାମ ହୋଇନି । ନୀଳଗିରି ବ୍ଲକ ଧୋବଶିଳା ପଞ୍ଚାୟତ ଧୋବଶିଳା ଆଦିବାସୀ ସାହି ଅଙ୍ଗନବାଡି କେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ଚିତ୍ର । ଭଙ୍ଗା ଘରେ ଅସୁରକ୍ଷିତ ଅବସ୍ଥାରେ କଂକ୍ରିଟ ଖଣ୍ଡ ଖସୁଥିବା ଘରେ ବସି ଜୀବନକୁ ପାଣି ଛଡାଇ ପାଠପଢା ହେଉଛି । ସେହି ଗୃହଟିକୁ ଅସୁରକ୍ଷିତ ଦର୍ଶାଇ ନୂତନ ଅଙ୍ଗନବାଡି ଗୃହ ନିର୍ମାଣ ନିମନ୍ତେ ମନରେଗା ଯୋଜନାରେ ୭ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ। ହେଲେ କୌଣସି କାମ ନହୋବରୁ ଅସନ୍ତୋଷ ଦେଖିବାକୁ ମିଳିଛି ।

ଅଙ୍ଗନବାଡି କେନ୍ଦ୍ରରେ ମୋଟ ୨୪ ଜଣ ଶିଶୁ ପାଠ ପଢୁଛନ୍ତି । ଅଙ୍ଗନବାଡିର ଏଭଳି ଅବସ୍ଥା ଦେଖି ଅନେକ ଅଭିଭାବକ ଭୟରେ ପିଲାମାନଙ୍କୁ ପାଠ ପଢିବାକୁ ଛାଡୁନାହାନ୍ତି । ପାଠ ପଢା ତ ଦୂର କଥା ପିଲାମାନଙ୍କୁ କୌରଓି ପ୍ରକର ସୁବିଧା ଦିଆଯାଉନି । ଏପରିକି କେନ୍ଦ୍ରର ଶିକ୍ଷୟତ୍ରୀ ମଧ୍ୟ ନିଜ ଘରେ ଏହିକେନ୍ଦ୍ରକୁ ଚାଲୁ ରଖିଥିବା ଅଭିଯୋଗ ହୋଇଛି । ବ୍ଳକର ପ୍ରାୟ୧୮୫ଟି ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ନାହିଁ । ଏନେଇ ଅଭିଯୋଗ ହୋଇଥିଲେ ବି ସମାଧାନ ନାହିଁ । ଯାହକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢି ବଢି ଚାଲିଛି  ।

 ବ୍ୟୟ ବରାଦ ହୋଇ ମଧ୍ୟ ଅଙ୍ଗନୱାଡ କେନ୍ଦ୍ର ଘର ତିଆରି ହୋଇପାରୁନି । ଏନେଇ ଦୃଷ୍ଟି ଦେବା ସହିତ ଖୁବଶୀଘ୍ର ଘର ତିଆରି କରିବା ଜରୁରୀ ହୋଇପଡିଛି ।