ଲଗାଣ ବର୍ଷାରେ ମାଡି ଆସିଲା ପାଣି, ଭାସିଗଲା ପୋଲ

ମାଡି ଆସିଲା ପାଣି, ଧୋଇଗଲା ପୋଲ । ଲଗାଣ ବର୍ଷାରେ ଭାସିଗଲା ନୂଆପଡ଼ାର ଗାଁ ମଝିରେ ଥିବା ପୋଲ । ସୁନାବେଡ଼ା ଅଭୟାରଣ୍ୟର ୧୦ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ । ଏକର ଏକର ଚାଷ ଜମି ଜଳମଗ୍ନ ।

11-Rain

କନକ ବ୍ୟୁରୋ: ଲଗାଣ ବର୍ଷାରେ ଧୋଇଗଲା ପୋଲ । ମାଡି ଆସିଲା ବର୍ଷା ପାଣି । ୧୦ ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ । ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟର ସୁନାବେଡ଼ା ଓ ଗାତିବେଡ଼ା ଗାଁ ମଝିରେ ଥିବା ଏକ ପୋଲ ଭାସିଯାଇଛି । ଲଗାଣ ବର୍ଷା ଜାରି ରହିଥିବା ବେଳେ ପାଣି ବଢ଼ି ମାଡ଼ି ଆସିଥିଲା । ଯାହାଫଳରେ ପୋଲଟି ଭାଙ୍ଗିଯାଇ ପାଣିରେ ସମ୍ପୂର୍ଣ୍ଣ ଧୋଇଯାଇଛି ।  ଗାଁ ମଝିରେ ପୋଲଟି ରହିଥିବାରୁ ବନ୍ୟା ଜଳ ଯୋଗୁ ଲୋକେ ବେଶ ପ୍ରଭାବିତ ହୋଇଛନ୍ତି । ସୁନାବେଡ଼ା ଅଭୟାରଣ୍ୟର ୧୦ଗାଁକୁ ଯୋଗାଯୋଗ ବ୍ୟାହତ ହୋଇଛି । ସେହିଭଳି ଚାଷୀଙ୍କ ଏକର ଏକର ଫସଲ ବନ୍ୟା ଜଳରେ ନଷ୍ଟ ହୋଇଯାଇଛି । ଏବେ ବି ଚାଷ ଜମିରେ ପାଣି ଜମି ରହିଛି । ଗୋଟିଏ ପୋଲ ବର୍ଷାରେ ଧୋଇ ହୋଇଯାଇଥିବା ବେଳେ ଅନ୍ୟ ପୋଲ ଉପରୁ ବନ୍ୟାଜଳ ପ୍ରବାହିତ ହେଉଛି । ଯାହାଫଳରେ ଚାରିଆଡ଼େ ଜଳମଗ୍ନ ହୋଇଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe