କନକ ବ୍ୟୁରୋ : ମହାରାଷ୍ଟ୍ର ପୁଣେରେ ବଡ଼ ଅଘଟଣ । ପୁଣେରେ ବ୍ରିଜ୍ ଭୁଶୁଡି ଭାସିଗଲେ ପର୍ଯ୍ୟଟକ ।  ଆଜି ଅପରାହ୍ନ ସମୟରେ ପୁଣେ ଜିଲ୍ଲାର ମାଭାଲ ତାଲୁକା ଅନ୍ତର୍ଗତ କୁଣ୍ଡମାଲା ଗାଁ ନିକଟରେ ଇନ୍ଦ୍ରାୟଣୀ ନଦୀ ଉପରେ ଥିବା ଏକ ପୁରୁଣା ପୋଲ ଭାଙ୍ଗି ପଡ଼ିଛି । ଏହି ଦୁର୍ଘଟଣାରେ ୨୦ରୁ ୨୫ ଜଣ ପର୍ଯ୍ୟଟକ ଭାସିଯାଇଥିବା ଆଶଙ୍କା କରାଯାଉଛି । ସ୍ଥାନୀୟ ପୁଲିସଙ୍କ ସୁଚନା ଅନୁସାରେ, ଏପର୍ଯ୍ୟନ୍ତ ୫ରୁ ୬ ଜଣଙ୍କୁ ଉଦ୍ଧାର କରାଯାଇଛି । ତେବେ ଗତ ଦୁଇ ଦିନର ଲଗାଣ ବର୍ଷା ଯୋଗୁଁ ନଦୀରେ ଜଳସ୍ତର ବୃଦ୍ଧି ପାଇଛି ଏବଂ ଜୋରରେ ପ୍ରବାହ ହେଉଥିବା କାରଣରୁ ଉଦ୍ଧାର କାର୍ଯ୍ୟ ଜଟିଳ ହୋଇପଡ଼ିଛି । ସ୍ଥାନୀୟ ପୁଲିସ, ବିପର୍ଯ୍ୟୟ ମୁକାବିଲା ଦଳ ଏବଂ ଗାଁ ଲୋକେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।