କନକ ବ୍ୟୁରୋ : ଖୋଲୁଛି ବ୍ରିଜ ଆଣ୍ଡ ରୁଫ କମ୍ପାନି ଗୁମର । ମାଲକାନଗିରି ଜିଲ୍ଲାରେ ବହୁମୁଖୀ ସ୍ୱଧାର ଗୃହ ବା ଆଇଆଇସି ବିଲ୍ଡିଂ ନିର୍ମାଣ ଦାୟିତ୍ୱରେ ଥିବା ବ୍ରିଜ ଆଣ୍ଡ ରୁଫ୍ ଇଣ୍ଡିଆ କମ୍ପାନି କେମିତି ସରକାରୀ ଟଙ୍କା ଉଠାଇଛି । ନିଜ ପତିଆରା ଦେଖାଇ କାମ ନକରି ୩୩ କୋଟି ୬୯ ଲକ୍ଷ ଟଙ୍କା ଉଠାଇ ନେଇଛି । ତାହାର ପୂରା ତଥ୍ୟ ଏବେ କନକ ନ୍ୟୁଜ ହାତରେ । ସେପଟେ ଶ୍ରମିକ ଓ ଛୋଟ ମୋଟ ଠିକାଦାର ଅର୍ଥ ପୈଠ ନକରିବାରୁ ବହୁ ଶ୍ରମିକ ଏବେ ରାଜରାସ୍ତାରେ ।
ଖୋଲୁଛି ବ୍ରିଜ ଆଣ୍ଡ ରୁଫ କମ୍ପାନି ଗୁମର
କାମ ନସାରି ଟଙ୍କା ଉଠାଇ ନେଇଛି କମ୍ପାନି
୯୦% ଟଙ୍କା ଉଠାଇ ନେଇଛି କମ୍ପାନି
୨୦୧୮ରେ ଆଇଆଇସି କୋଠା ଲାଗି ପ୍ରାୟ ୩୬ କୋଟି ବ୍ୟୟବରାଦ
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ବ୍ୟୟବରାଦ
ପ୍ରଥମେ ମାଲକାନଗିରି ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଦିଆଯାଇଛି ୧୦ କୋଟି ଟଙ୍କା
୫ଟି ପର୍ଯ୍ୟାୟରେ ୮ କୋଟି ଟଙ୍କା ପ୍ରଦାନ କରିଥିଲେ ତତ୍କାଳୀନ ଜିଲ୍ଲାପାଳ
କାମ ନହେବାରୁ ଟଙ୍କା ଦେବାକୁ ବାରଣ କରିଥିଲେ ମାଲକାନଗିରି ଜିଲ୍ଲାପାଳ
ତତ୍କାଳୀନ ସଚିବଙ୍କ ସହଯୋଗରେ ଭୁବନେଶ୍ୱରରୁ କମ୍ପାନି ଉଠାଇଛି ୨୫ କୋଟି ୬୯ ଲକ୍ଷ
ମାଲକାନଗିରିରୁ କେବେ ଉଠିଛି କେତେ ଟଙ୍କା?
୧୭ ଅଗଷ୍ଟ ୨୦୧୯ – ୨ କୋଟି
୨୯ ଜାନୁଆରି ୨୦୨୦ – ୨ କୋଟି
୦୧ ଜୁଲାଇ ୨୦୨୦ – ୨ କୋଟି
୧୬ ଅକ୍ଟୋବର ୨୦୨୦ – ୧ କୋଟି
୦୨ ନଭେମ୍ବର ୨୦୨୦ – ୧ କୋଟି
ଭୁବନେଶ୍ୱରରୁ କେବେ ଉଠିଛି କେତେ ଟଙ୍କା?
୯ ମାର୍ଚ୍ଚ ୨୦୨୧ - ୧୭ କୋଟି ୪୪ ଲକ୍ଷ ୨ ହଜାର
୧୫ ଡିସେମ୍ବର ୨୦୨୧ - ୮ କୋଟି ୨୫ ଲକ୍ଷ ୧୪ ହଜାର
୨ଟି ପର୍ଯ୍ୟାୟରେ ଉଠିଛି ୨୫ କୋଟି ୬୯ ଲକ୍ଷ ୧୬ ହଜାର ଟଙ୍କା
କାମ ସରିନାହିଁ ୯୦% ଟଙ୍କା ଉଠାଇଛି କମ୍ପାନି
ମୋଟ ୩୩ କୋଟି ୬୯ ଲକ୍ଷ ୧୬ ହଜାର ୩୦୦ ଟଙ୍କା ଉଠାଇ ନେଇଛି କମ୍ପାନି
ଠକି ଦେଇଛି ବ୍ରିଜ ଆଣ୍ଡ ରୁଫ କମ୍ପାନି!
ଟଙ୍କା ଅପେକ୍ଷାରେ ଶ୍ରମିକ ଓ ଛୋଟ ଠିକାଦାର
କାମ କରୁଥିବା କମ୍ପାନି, ଶ୍ରମିକ ଓ ଛୋଟ ଠିକାଦାରଙ୍କୁ ଅର୍ଥ ଦିଆଯାଉନି!
୨୦୧୮ରେ କୋରୁକୋଣ୍ଡାରେ ସ୍ୱଧାର ଗୃହ ନିର୍ମାଣ କାମ ହାତକୁ ନେଲା
ସବ-ଲେଟ୍ ନେଇଥିବା କମ୍ପାନିକୁ ସଠିକ୍ ଭାବେ ଟଙ୍କା ଦିଆଯାଇନାହିଁ
ସେଣ୍ଟ୍ରିଂ ବାବଦକୁ ମାଲକାନଗିରିର ମହିଳା ଠିକାଦାର ପାଇବେ ୬୫ ଲକ୍ଷ
ସ୍ୱର୍ଗତ ବାଲାରାଜୁ ପଟ୍ଟନାୟକ ଫ୍ଲାଇ ଆସ୍ ଇଟା ବାବଦକୁ ୬ ଲକ୍ଷ ବାକି
ମିକ୍ସର ମେସିନ୍ ଭଡ଼ା ବାବଦକୁ ଶ୍ରୀନିବାସ ରେଡ୍ଡୀ ପାଇବେ ଲକ୍ଷେ
ବିଦ୍ୟୁତ ସଂଯୋଗ କରିଥିବା ଶ୍ରମିକ ପାଇବେ ୬୫ ହଜାର
ବାଲି, ଗୋଡ଼ି, ମୋରମ ଯୋଗାଣ ବାବଦକୁ ଲକ୍ଷଲକ୍ଷ ଟଙ୍କା ବାକି
ସାମଗ୍ରୀ ଦେଇ ପାଉଣା ଅପେକ୍ଷାରେ ଛୋଟ ଛୋଟ ଠିକାଦାର ଓ ଶ୍ରମିକ