ବେଲୁନ୍‌ ଭିତରେ କନ୍ୟାଙ୍କୁ ଦେଖି ତାଜୁବ ହେଲେ ଲୋକେ । କହିଲେ ଏପରି....

Advertisment

 ଏପରି ବିବାହ କେବେ ଦେଖିନଥିବେ । ବେଲୁନ୍‌ ଭିତରୁ ଏଣ୍ଟ୍ରି କଲେ କନ୍ୟା  । 

 ଏପରି ବିବାହ କେବେ ଦେଖିନଥିବେ । ବେଲୁନ୍‌ ଭିତରୁ ଏଣ୍ଟ୍ରି କଲେ କନ୍ୟା  । 

balloon

Photograph: (kanaknews)

କନକ ବ୍ୟୁରୋ: କନ୍ୟାର ଏଣ୍ଟ୍ରି ଦେଖି ଉପସ୍ଥିତ ଲୋକେ ତାଜୁବ । ବେଲୁନ ଭିତରୁ କନ୍ୟାର ଏଣ୍ଟ୍ରି । ଉତ୍ତର  ଭାରତରେ ଏବେ ପ୍ରବଳ ଜାଡ । ଏହାରି ମଧ୍ୟରେ କନ୍ୟାଙ୍କର ବେଲୁନ୍ ରେ ଏଣ୍ଟ୍ରି ସମସ୍ତଙ୍କୁ ହସାଇଛି । ଆଉ ମଜାକର ଏକ ଖୁରାକ ଯୋଗାଇଛି । ଯାହାର ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଆଉ ଏହି ଭିଡିଓ ଦେଖି ୟୁଜର ମଜା ନେଉଛନ୍ତି । ଏହି ଭାଇରାଲ ଭିଡିଓରେ କନ୍ୟା ଏକ ବେଲୁନ୍‌ ଭିତରେ ଅଛନ୍ତି ।

BALLOON 22
Photograph: (google)

ଆଉ ଧିରେ ଧିରେ ବେଲୁନ ସହ ଆଗକୁ ଆଗକୁ ଚାଲି ଚାଲି ଆସୁଛନ୍ତି । ବେଲୁନ ଆଗରେ କିଛି କଳାକାର ରାଧା କୃଷ୍ଣ ହୋଇ ନୃତ୍ୟ କରୁଛନ୍ତି । ବେଲୁନ ଭିତରେ ନାଲି ଲେହେଙ୍ଗାରେ ସୁନ୍ଦର ଦିଶୁଛନ୍ତି କନ୍ୟା । ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । କନ୍ୟାଙ୍କର ଓଢଣୀରେ ଲେଖାହୋଇଛି ଗୋବିନ୍ଦଙ୍କ ଦୁହ୍ଲନ । ଏହି ଭାଇରାଲ ଭିଡିଓରେ ୟୁଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । କିଛି ୟୁଜର କହୁଛନ୍ତି ଆଜକାଲିର ବାହାଘର ଏକ ଡ୍ରାମା ଏବଂ ହାସ୍ୟସ୍ପଦ ପାଲଟିଲାଣି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe