କନକ ବ୍ୟୁରୋ: କନ୍ୟାର ଏଣ୍ଟ୍ରି ଦେଖି ଉପସ୍ଥିତ ଲୋକେ ତାଜୁବ । ବେଲୁନ ଭିତରୁ କନ୍ୟାର ଏଣ୍ଟ୍ରି । ଉତ୍ତର ଭାରତରେ ଏବେ ପ୍ରବଳ ଜାଡ । ଏହାରି ମଧ୍ୟରେ କନ୍ୟାଙ୍କର ବେଲୁନ୍ ରେ ଏଣ୍ଟ୍ରି ସମସ୍ତଙ୍କୁ ହସାଇଛି । ଆଉ ମଜାକର ଏକ ଖୁରାକ ଯୋଗାଇଛି । ଯାହାର ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଆଉ ଏହି ଭିଡିଓ ଦେଖି ୟୁଜର ମଜା ନେଉଛନ୍ତି । ଏହି ଭାଇରାଲ ଭିଡିଓରେ କନ୍ୟା ଏକ ବେଲୁନ୍ ଭିତରେ ଅଛନ୍ତି ।
ଆଉ ଧିରେ ଧିରେ ବେଲୁନ ସହ ଆଗକୁ ଆଗକୁ ଚାଲି ଚାଲି ଆସୁଛନ୍ତି । ବେଲୁନ ଆଗରେ କିଛି କଳାକାର ରାଧା କୃଷ୍ଣ ହୋଇ ନୃତ୍ୟ କରୁଛନ୍ତି । ବେଲୁନ ଭିତରେ ନାଲି ଲେହେଙ୍ଗାରେ ସୁନ୍ଦର ଦିଶୁଛନ୍ତି କନ୍ୟା । ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । କନ୍ୟାଙ୍କର ଓଢଣୀରେ ଲେଖାହୋଇଛି ଗୋବିନ୍ଦଙ୍କ ଦୁହ୍ଲନ । ଏହି ଭାଇରାଲ ଭିଡିଓରେ ୟୁଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । କିଛି ୟୁଜର କହୁଛନ୍ତି ଆଜକାଲିର ବାହାଘର ଏକ ଡ୍ରାମା ଏବଂ ହାସ୍ୟସ୍ପଦ ପାଲଟିଲାଣି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2024/12/29/E0QlZp8biRWG68AxKuPD.jpg)