ଭାବନ୍ତୁ ଆପଣ ଏକ ବିବାହ ଭୋଜିକୁ ବରକନ୍ୟାଙ୍କୁ ଆଶିର୍ବାଦ ଦେଇ ପ୍ରୀତିଭୋଜନ ଖାଇବାକୁ ଯାଇଥିବେ । ଆଉ ଠିକ୍ ସେତିକି ବେଳେ ଆପଣଙ୍କ ସାମ୍ନାରେ ଗୋଟିଏ ହିଂସ୍ରଜନ୍ତୁ ଚାଲିଆସିବ । ଆପଣ କ’ଣ କରିବେ ? ନିଶ୍ଚିତ ଭାବେ ଜୀବନକୁ ଭୟ ପାଇ ଦୌଡିବେ । ଠିକ୍ ଏମିତି ହିଁ ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ନୱାବୀ ସହର ଲକ୍ଷ୍ନୌରେ । 

Advertisment
Leo
Leo Photograph: (google)

ବୁଧବାର ସହରର ବୁଦ୍ଧେଶ୍ୱର ଏମଏମ ଲନରେ ଚାଲିଥିବା ବିବାହ ଉତ୍ସବରେ ବରକନ୍ୟାଙ୍କୁ ଆଶିର୍ବାଦ ଦେବାକୁ ଆସିଥିବା ଅତିଥି ଅଚାନକ୍ ଛିନଛତ୍ର ହୋଇ ଦୌଡ଼ିବାକୁ ଲାଗିଥିଲେ । ଏମିତି କି ବରକନ୍ୟା ମଧ୍ୟ ମଣ୍ଡପ ଛାଡ଼ି ଦୌଡ଼ିଥିଲେ । ଘଟଣା କ’ଣ ବୁଝିଲା ବେଳକୁ ବିନା ନିମନ୍ତ୍ରଣରେ ବିବାହରେ ପଶିଆସିଛି ଜଣେ ହିଂସ୍ର କୁଣିଆ । ଆପଣ ଭାବୁଥିବେ ଅତିଥି ହିଂସ୍ର କେମିତି ହୋଇପାରିବେ ! ଆଜ୍ଞା ଏ ଅତିଥି ଏମିତି ସେମିତି ଅତିଥି ନୁହଁ , ଅତିଥି ଜଣକ ହେଲେ ଜଣେ କଲରାପତରିଆ ବାଘ । 

groom 1
groom 1 Photograph: (google)

କେଉଁଠୁ ଏ ବାଘ ଆସିଲା ତାହାର ସୂଚନା ନାହିଁ କିନ୍ତୁ ବାଘର ଗର୍ଜନ ଶୁଣିବା କ୍ଷଣି ବିବାହରେ ଯେମିତିକି କୃତ୍ରିମ ଭୂମିକମ୍ପ ସୃଷ୍ଟି ହେଲା । କେହି କିଛି ଭାବିବା ପୂର୍ବରୁ ସବୁ ଯେଯୁଆଡେ ଦୌଡିବାକୁ ଲାଗିଲେ । ହସଖୁସିରେ ମସଗୁଲ୍ ଥିବା ମାହୋଲ୍ କ୍ଷଣିକରେ ପୁରା ଓଲଟା ହୋଇଗଲା । ଏପଟେ ଓଜନଦାର ଲେହେଙ୍ଗା ପିନ୍ଧିଥିବା କନ୍ୟା ସାଙ୍ଗଙ୍କ ସହ ଦୌଡ଼ିଲେ , ସେପଟେ ବର ମଧ୍ୟ ମଣ୍ଡପର ଝରକାରୁ ତଳକୁ ଡେଇଁ ପଡ଼ିଲେ । ଏମିତି କି ବାଘକୁ କାବୁ କରିବାକୁ ଯାଇ ଜଣେ ବନ ଅଧିକାରୀ ମଧ୍ୟ ଆହତ ହେଲେ । 

Tiger 1111
Tiger 1111 Photograph: (google)

ଘଟଣାସ୍ଥଳରେ ପୋଲିସ, ବନ ବିଭାଗ ଟିମ୍ ଏବଂ ପ୍ରଶାସନିକ ଅଧିକାରୀ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଆଗେଇଥିଲେ। ଅଧରାତିରେ ଚାଲିଥିବା କଲରାପତରିଆ ଉଦ୍ଧାର କାର୍ଯ୍ୟରେ ଅନେକ ବିପଦଜ୍ଜନକ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା । ସାମ୍ନାକୁ ଆସିଥିବା ଏହି ଭିଡିଓରେ ଦେଖାଯାଉଛି ଯେ , ପୋଲିସ ଏବଂ ବନ ବିଭାଗ ଟିମ୍ ସିଡ଼ିରେ ବାଘକୁ କାବୁ କରିବା ପାଇଁ ଯେମିତି ଆଗକୁ ବଢନ୍ତି ବାଘଟି ହଠାତ୍ ଆଗକୁ ଚାଲିଆସୁଛି ଏବଂ ବନ କର୍ମଚାରୀଙ୍କ ଉପରେ ପଞ୍ଝା ମାରି ରାଇଫଲ ଛଡ଼ାଇ ତଳେ ପକାଇ ଦେଉଛି । ଏତିକିବେଳେ ଗୁଳି ଫୁଟିବା ଶବ୍ଦ ଶୁଣି ପୁଣିଥରେ ଉପରକୁ ଦୌଡ଼ିଯାଉଛି ବାଘ । ଉଦ୍ଧାର କରିବାକୁ ଆସିଥିବା ଟିମରୁ କେହି ଜଣେ କହୁଛନ୍ତି - 'ବାଜିଛି, ତାକୁ ଗୁଳି ବାଜିଛି'। ପ୍ରାୟ ୮ ଘଣ୍ଟା ଧରି ଚାଲିଥିବା ଏହି ଲୁଚକାଳି ଖେଳ ପରେ ଗୁରୁବାର ସକାଳ ୪ଟା ବେଳକୁ କଲରାପତରିଆ ବାଘକୁ ଧରାଯାଇଥିଲା।