Marriage Crime Photograph: (Kanak News)
କନକ ବ୍ୟୁରୋ: ବିବାହର ୧୦ ଦିନରେ ବାପା ଘରକୁ ଲେଉଟାଣିରେ ଆସିଥିବା ବୋହୂ ସ୍ଵାମୀକୁ ଛାଡି ପ୍ରେମିକ ସହ ଫେରାର । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରର ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ଯୁବତୀ ବିବାହର ୧୪ ଦିନ ପରେ ସ୍ୱାମୀକୁ ଛାଡି ପ୍ରେମିକ ସହ ଫେରାର ହୋଇଯାଇଛି । ଫେବୃଆରୀ ୮ ତାରିଖରେ ମୁରିବାହଲ ଥାନା କର୍ଲା ଗାଁର ମୁକେଶ ବିଶ୍ୱାଳ, କଣ୍ଟାବାଞ୍ଜି ସହରର ୧- ନମ୍ୱର ୱାର୍ଡର
ବଳଦେବ ବେହେରାଙ୍କ ଝିଅ ବିନୀ ବେହେରା ସହ ବିବାହ କରିଥିଲେ।
ବିବାଦ ପରେ ଗତ ୧୮ ତାରିଖରେ ବିନିକୁ ଶ୍ୱଶୂର ଘରୁ ନିଜ ଦୁଇ ଭାଇ କଣ୍ଟାବାଞ୍ଜିକୁ ଘର ଲେଉଟାଣିରେ ଆସିଥିଲେ । ବାପ ଘରେ ତିନି ଦିନ ରହିବା ପରେ ଗତ ୨୨ ତାରିଖ ଦିନ ବିନି ଲକ୍ଷାଧିକ ଟଙ୍କାର ସୁନା ଗହଣା ଧରି ପ୍ରେମିକ ସହ ଫେରାର ହୋଇଯାଇଛି । ଝିଅଙ୍କ ପରିବାର ଲୋକେ କଣ୍ଟାବାଞ୍ଜି ଥାନାରେ ଯୁବତୀ ନିଖୋଜ ନେଇ ଏତଲା ଦେଇଛନ୍ତି । ଅନ୍ୟପଟେ ଟଙ୍କା ସୁନା ଧରି ବିନି ପ୍ରେମିକ ସହ ଫେରାର ହୋଇଯାଇଥିବା ଶ୍ୱଶୂର ଘର ଲୋକ ଅଭିଯୋଗ କରିଛନ୍ତି ।
ଆହୁରି ପଢ଼ନ୍ତୁ: ଭୁବନେଶ୍ୱର ଆଇଗିଣିଆ ଶୀତଳଭଣ୍ଡାରରେ ରାତି ଅଧରେ ଅଘଟଣ, ଲିକ୍ ହୋଇ ଅଞ୍ଚଳକୁ ଛାଇଗଲା ଆମୋନିଆ ଗ୍ୟାସ
Follow Us