ବୋହୂକୁ ମାରି ପୋତିଦେଲେ ; ମାଟି ଖୋଳି ଶବ ବାହାର କଲା ପୋଲିସ

ସୁନ୍ଦରଗଡ଼ ରାଜଗାଙ୍ଗପୁରରେ ବଧୂ ହତ୍ୟା ଅଭିଯୋଗ । ଶ୍ୱଶୁର ଘର ଲୋକେ ଝିଅକୁ ମାରି ମାଟିରେ ପୋତି ଦେଇଥିବା ନେଇ ଥାନାରେ ମାମଲା । ଅଭିଯୋଗ ପରେ ମାଟି ଖୋଳି ଶବ ବାହାର କଲା ପୋଲିସ

bride

କନକ ବ୍ୟୁରୋ: ସୁନ୍ଦରଗଡ଼ ରାଜଗାଙ୍ଗପୁର କୁତ୍ରା ଥାନା ଖତକୁରବାହାଲ ଗାଁରେ ବଧୂ ହତ୍ୟା ଅଭିଯୋଗ। ଶ୍ୱଶୁର ଘର ଲୋକେ ନିର୍ୟାତନା ଦେଇ ବୋହୂକୁ ମାରି ପୋତି ଦେଇଥିଲେ। ବାପଘର ପକ୍ଷରୁ ଅଭିଯୋଗ ପରେ ପୋଲିସ ପହଞ୍ଚି ମାଟି ଖୋଳି ମୃତଦେହ ଜବତ କରିଛି। ଘଟଣାକୁ ନେଇ ଅଧିକ ତଦନ୍ତ ଆରମ୍ଭ କରିଛି କୁତ୍ରା ପୋଲିସ। 

ସୂଚନା ଅନୁସାରେ, ଖତକୁରବାହାଲ ଗାଁର ମନୱାର ରାଜାଙ୍କ ପତ୍ନୀ ସିରିନ୍ ନାଜଙ୍କ ମୃତ୍ୟୁ ଗତ ୨୭ ତାରିଖରେ ହୋଇଥିଲା। ପରିବାର ଲୋକେ ଧର୍ମର ପରମ୍ପରା ଅନୁସାରେ ସିରିନଙ୍କୁ ମାଟି ଖୋଳି କବର ଦେଇଥିଲେ। ହେଲେ ସିରିନଙ୍କ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କରିଥିଲେ ତାଙ୍କ ଭାଇ। ଯାହାକୁ ନେଇ କୁତ୍ରା ଥାନାରେ ଶାଶୁଘର ଲୋକେ ମାରି ଦେଇଥିବା ଅଭିଯୋଗ କଲେ ଭାଇ ଓ୍ୱସିମ୍ ଆକ୍ରମ୍। ଅଭିଯୋଗକୁ ଆଧାର କରି ପୁଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମାଟି ଖୋଳି ସିରିନଙ୍କ ମୃତଦେହ ଜବତ କରାଯାଇଛି। ସ୍ଥାନୀୟ ଅଞ୍ଚଳରେ ପୋଲିସ ଛାଉଣୀ ଦେଖିବାକୁ ମିଳିଛି।

ସୁନ୍ଦରଗଡ଼ ଓ ରାଉରକେଲାରୁ ଆସିଥିବା ୫ ଜଣିଆ ସାଇଣ୍ଟିଫିକ ଦଳର ଆବଶ୍ୟକ ତଦନ୍ତ ପରେ ପୁଲିସ ପକ୍ଷରୁ ଜବତ କରାଯାଇଥିବା ମୃତ ଦେହକୁ ବ୍ୟବଛେଦ ପାଇଁ ପଠାଯାଇଛି। ଘଟଣାକୁ ନେଇ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ କରିଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ସାମନାକୁ ଆସିବ ବୋଲି ପୁଲିସ ସୁତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe