ପ୍ରେମ ଓ ବାହାଘର ପରେ ନିର୍ଯାତନା : ଶେଷରେ ହତ୍ୟା ..

Advertisment

ପ୍ରେମ ଓ ବାହାଘର ପରେ ନିର୍ଯାତନା : ଆଉ ପରେ ହତ୍ୟା ଅଭିଯୋଗ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ବିଜୟନଗର ଗାଁରୁ ଆସିଛି ବଧୂହତ୍ୟାର ଅଭିଯୋଗ ।

ପ୍ରେମ ଓ ବାହାଘର ପରେ ନିର୍ଯାତନା : ଆଉ ପରେ ହତ୍ୟା ଅଭିଯୋଗ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ବିଜୟନଗର ଗାଁରୁ ଆସିଛି ବଧୂହତ୍ୟାର ଅଭିଯୋଗ ।

death

Photograph: (kanaknews)

କନକ ବ୍ୟୁରୋ : ପ୍ରେମ ଓ ବାହାଘର ପରେ ନିର୍ଯ୍ୟାତନା । ଆଉ ପରେ ହତ୍ୟା ଅଭିଯୋଗ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ବିଜୟନଗର ଗାଁରୁ ଆସିଛି ବଧୂହତ୍ୟାର ଅଭିଯୋଗ । ସ୍ଥାନୀୟ ଥାନା ପରମାନନ୍ଦପୁର ମାଲବାଡ଼ ଗାଁର ସୁଦାମ ସେନାପତିଙ୍କ ଝିଅକୁ ପ୍ରେମ ବିଭାଗ କରିଥିଲେ ବିଜୟନଗର ଗ୍ରାମର ଚିଣ୍ଟୁ ପାଣ୍ଡବ । ବିବାହ ସମୟରେ ଯୌତୁକ ନେଇଥିଲେ ବି ପୁଣିଥରେ ଅଧିକ ଯୌତୁକ ପାଇଁ ଝିଅକୁ ବାରମ୍ବାର ମାଡ଼ ମାରୁଥିବା ନେଇ ଅଭିଯୋଗ ହୋଇଥିଲା । 

ଅଧିକ ପଢନ୍ତୁ : ଭାଲେଣ୍ଟାଇନରେ ଡେ’: ନୋଏଡାରେ ପ୍ରେମିକାଙ୍କୁ ଗୁଳିକରି ହତ୍ୟା ପରେ ପ୍ରେମିକର ଆତ୍ମହତ୍ୟା

ଏନେଇ ଅଭିଯୋଗ ହୋଇଥିଲା ଏବଂ ସମାଧାନ ମଧ୍ୟ ହୋଇଥିଲା।  ତେବେ ପବିତ୍ର ଜାଗର ଦିନ ନବ ବଧୂ ହଠାତ୍ ବାଥରୁମରେ ପଡ଼ି ପ୍ରାଣତ୍ୟାଗ କରିଥିବା ପରିବାର ଲୋକେ କହିଛନ୍ତି । ହେଲେ ଝିଅର ବାପଘର ଲୋକେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି । ପୁଲିସ ଶବ ଜବତ କରିଥିବା ବେଳେ ଆଜି ଶବ ବ୍ୟବଛେଦ ହେବ ବୋଲି ଜଣାପଡ଼ିଛି । ଏପଟେ ମେଡିକାଲରେ ଆମ୍ବୁଲାନ୍ସ ଆଗରେ ବାପଘର ଲୋକେ ପ୍ରତିବାଦ କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe