ନାକ୍‌ ରେଟିଂ ପାଇଁ ଲାଞ୍ଚ ମାମଲା : ଓଡ଼ିଶା ସମେତ ଦେଶର ୨୦ଟି ସ୍ଥାନରେ ସିବିଆଇ ଚଢ଼ାଉ

Advertisment

ନାକ୍ ରେଟିଂ ପାଇଁ ଲାଞ୍ଚ ମାମଲା। ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ସିବିଆଇର ଚଢ଼ାଉ । ରେଡ୍‌ ସମୟରେ ୩୭ ଲକ୍ଷ ନଗଦ ଟଙ୍କା, ୬ଟି ଲାପଟପ୍ ଏବଂ ଆଇ-ଫୋନ ଜବତ ହୋଇଛି । ଶିକ୍ଷାନୁଷ୍ଠାନର ଅଧିକାରୀ ଓ ନାକ୍ ଟିମ୍ ସଦସ୍ୟଙ୍କ ନାମରେ ମାମଲା ରୁଜୁ ହୋଇଛି ।

ନାକ୍ ରେଟିଂ ପାଇଁ ଲାଞ୍ଚ ମାମଲା। ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ସିବିଆଇର ଚଢ଼ାଉ । ରେଡ୍‌ ସମୟରେ ୩୭ ଲକ୍ଷ ନଗଦ ଟଙ୍କା, ୬ଟି ଲାପଟପ୍ ଏବଂ ଆଇ-ଫୋନ ଜବତ ହୋଇଛି । ଶିକ୍ଷାନୁଷ୍ଠାନର ଅଧିକାରୀ ଓ ନାକ୍ ଟିମ୍ ସଦସ୍ୟଙ୍କ ନାମରେ ମାମଲା ରୁଜୁ ହୋଇଛି ।

preofessser

preofessser Photograph: (KanakNews )

କନକବ୍ୟୁରୋ : ନାକ୍ ରେଟିଂ ପାଇଁ ଲାଞ୍ଚ ମାମଲା। ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ସିବିଆଇର ଚଢ଼ାଉ । ରେଡ୍‌ ସମୟରେ ୩୭ ଲକ୍ଷ ନଗଦ ଟଙ୍କା, ୬ଟି ଲାପଟପ୍ ଏବଂ ଆଇ-ଫୋନ ଜବତ ହୋଇଛି । ଶିକ୍ଷାନୁଷ୍ଠାନର ଅଧିକାରୀ ଓ ନାକ୍ ଟିମ୍ ସଦସ୍ୟଙ୍କ ନାମରେ ମାମଲା ରୁଜୁ ହୋଇଛି । ଓଡ଼ିଶା ସମେତ ଚେନ୍ନାଇ, ବାଙ୍ଗାଲୋର, ବିଜୟ ୱାଡା, ସମ୍ବଲପୁର,  ପାଲମୁ, ଭୋପାଳ ଦିଲ୍ଲୀ ଆଦି ଅଞ୍ଚଳରେ ରେଡ ହୋଇଛି ।

 ଏହି ଚଢ଼ାଉ ସମୟରେ ସମ୍ବଲରପୁର ବିଶ୍ୱ ବିଦ୍ୟାଳୟର ପ୍ରଫେସରଙ୍କ ସମେତ ୧୦ ଜଣଙ୍କୁ ଗିରଫ କରିଛି ସିବିଆଇ। ଏହି ଗିରଫ ତାଲିକାରେ ନାକ୍ ଟିମ୍‌ ସଦସ୍ୟ ମଧ୍ୟ ରହିଛନ୍ତି। ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଏକ ୱାଦେଶ୍ୱରମ୍ ନାମକ ଶିକ୍ଷାନୁଷ୍ଠାନର ରେଟିଂ ବଢ଼ାଇବା  ପାଇଁ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି ।  ସେହି ଅଭିଯୋଗ ଆଧାରରେ ଗତକାଲି ଦେଶର ୧୦ଟି ବିଶ୍ୱ ବିଦ୍ୟାଳୟରେ ଛାନ୍‌ଭିନ୍ କରିଥିଲେ ସିବିଆଇ । 

ସମ୍ବଲପୁର ବିଶ୍ୱ ବିଦ୍ୟାଳୟରେ ପହଞ୍ଚି ଖୋଳତାଡ଼ କରିଥିଲେ। ଦୀର୍ଘ ସମୟ ଧରି ଯାଂଚ ପରେ ସମ୍ବଲପୁର ବିଶ୍ଵବିଦ୍ୟାଳୟର ପ୍ରଫେସର ଡକ୍ଟର ବୁଲୁ ମହାରଣାଙ୍କୁ ଗିରଫ କରିଛନ୍ତି ସିବିଆଇ ଅଧିକାରୀ। ସେ ନାକ୍ ଟିମ୍‌ର ସଦସ୍ୟ ଅଛନ୍ତି  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe