କନକ ବ୍ୟୁରୋ : ଲୋକଙ୍କୁ ସୁବିଧାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାର କେତେ କ’ଣ ଯୋଜନା କରୁଛନ୍ତି । ହେଲେ ପଶ୍ଚିମ ଓଡ଼ିଶାର ସବୁଠାରୁ ପ୍ରତିଷ୍ଠିତ ସ୍ୱାସ୍ଥ୍ୟକେନ୍ଦ୍ର ଭୀମସାର ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ । ଭୀମସାର ମେଡିକାଲ କଲେଜରେ ପିଲା ଜନ୍ମ ପାଇଁ ପତ୍ନୀଙ୍କ ଅସ୍ତ୍ରୋପଚାର କରାଇଥିବା ଜଣେ ବ୍ୟକ୍ତି ଇ-ମେଲ୍ ଜରିଆରେ କରିଥିବା ଅଭିଯୋଗ, ରାଜ୍ୟର ବହୁ ପ୍ରତିଷ୍ଠିତ ମେଡିକାଲ କଲେଜର ଅସଲ ମୁଖା ଖୋଲି ଦେଇଛି । ଅବଶ୍ୟ ବ୍ୟକ୍ତି ଜଣକ କରିଥିବା ଅଭିଯୋଗର ସତ୍ୟତା ଜାଣିବାକୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଭୀମସାର ସୁପରିଟେଣ୍ଡେଣ୍ଟ୍ । ନଜର ପକାନ୍ତୁ ବ୍ୟକ୍ତି ଜଣକ ମେଡିକାଲ୍ ବିରୋଧରେ ଆଣିଥିବା ସଙ୍ଗିନ ଅଭିଯୋଗ ଉପରେ ।
ସ୍ବାସ୍ଥ୍ୟସେବା ପାଇଁ କୌଣସି ପ୍ରକାର ଲାଞ୍ଚ ଦାବି କରା ଯାଉନଥିବା ମେଡିକାଲରେ ଲାଗିଛି ଡିସପ୍ଲେ ବୋର୍ଡ
କିନ୍ତୁ ହସ୍ପିଟାଲ କର୍ତ୍ତୃପକ୍ଷ ଏହାକୁ କେତେ କାର୍ଯ୍ୟକାରୀ କରୁଛନ୍ତି ତାକୁ ନେଇ ସନ୍ଦେହ ପ୍ରକାଶ ପାଇଛି
ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କୁ ଇ-ମେଲରେ ଅଭିଯୋଗ କରିଛନ୍ତି ଭଗତ ସିଂ ନାମକ ବ୍ୟକ୍ତି
କିଛି ଔଷଧ ନଥିବା କହି ପ୍ରଥମେ ୫୦୦ ଟଙ୍କା ଦାବି କରିଥିଲେ ହସ୍ପିଟାଲର କର୍ମଚାରୀ
ଡାକ୍ତରଙ୍କ ନାଁ କହି ସିଜରିଆନ୍ ପାଇଁ ୨୦ ଜଣଙ୍କ ବାବଦରେ ମାଗିଥିଲେ ୫ ହଜାର ଟଙ୍କା
ଘରୋଇ ହସ୍ପିଟାଲରେ ପିଲା ଜନ୍ମ ହୋଇଥିଲେ ଲକ୍ଷେ ଟଙ୍କା ପଡ଼ିଥା’ନ୍ତା କହି ମାଗିଥିଲେ ଟଙ୍କା
କିନ୍ତୁ ଡାକ୍ତରଙ୍କ ନାଁ କହି ହସ୍ପିଟାଲ କର୍ମଚାରୀ ଏଭଳି ଲାଞ୍ଚ ମାଗୁଥିବା ଅଭିଯୋଗ କରିଛନ୍ତି ଭଗତ
ଏପରିକି ମଦ ଦାବି କରିଥିଲେ ମଧ୍ୟ ସିଧା ସିଧା ମନା କରିଦେଇଥିଲେ ଭଗତ ସିଂ
ପତ୍ନୀଙ୍କୁ ଆଇସିୟୁରୁ ଗାଇନେକୋଲୋଜି ୱାର୍ଡକୁ ନେବା ପାଇଁ ୧୦୦ ଟଙ୍କା ଲାଞ୍ଚ ନେଇଥିଲେ
ଜଣେ ମହିଳା କର୍ମଚାରୀଙ୍କୁ ୧୦୦ ଟଙ୍କା ଲାଞ୍ଚ ଦେଇଥିବା ଇ-ମେଲରେ ଉଲ୍ଲେଖ କରିଛନ୍ତି ଭଗତ
ପ୍ରକୃତ ରୋଗୀଙ୍କୁ ଦିଆଯାଉନି ହସ୍ପିଟାଲ ଖାଦ୍ୟ, ବାହାରେ ବିକ୍ରି କରି ଟଙ୍କା ଆଦାୟ କରାଯାଉଛି
ହୋଟେଲ ଭଳି ଖାଦ୍ୟକୁ ନେଇ ବ୍ୟବସାୟ କରୁଛନ୍ତି ଯୋଗାଣ ଦାୟିତ୍ୱରେ ଥିବା କର୍ମଚାରୀ