କନକ ବ୍ୟୁରୋ: ନ୍ୟୁଜିଲାଣ୍ଡ ଘରୋଇ କ୍ରିକେଟର୍ ବ୍ରେଟ୍ ରାଣ୍ଡେଲ ରବିବାର ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି । ୨୫୪ ବର୍ଷର ପ୍ରଥମ ଶ୍ରେଣୀ କ୍ରିକେଟ୍ ଇତିହାସରେ ପ୍ରଥମ ଖେଳାଳି ଭାବେ ସେ ୫ ବଲ୍ରେ ୫ ୱିକେଟ୍ ଅକ୍ତିଆର କରିଛନ୍ତି । ସ୍ଥାନୀୟ ମ୍ୟାକ୍ଲିନ୍ ପାର୍କରେ ଖେଳାଯାଇଥିବା ପ୍ଲୁଙ୍କେଟ ସିଲ୍ଡ ୪ ଦିନିକିଆ ମ୍ୟାଚ୍ରେ ନର୍ଦନ ଡିଷ୍ଟ୍ରିକ୍ଟ୍ସ ବିପକ୍ଷ ମ୍ୟାଚ୍ରେ ଦସେଣ୍ଟ୍ରାଲ ଡିଷ୍ଟ୍ରିକ୍ଟ୍ସ ପକ୍ଷରୁ ଖେଳୁଥିବା ରାଣ୍ଡେଲ ଏହି ସଫଳତା ପାଇଥିଲେ । ଏହି ଡାହାଣହାତୀ ୩୦ ବର୍ଷୀୟ ସିମର୍ ନିଜ ଦ୍ବିତୀୟ ଓଭରର ଶେଷ ବଲ୍ରେ ନର୍ଦନ ଦଳର ଓପନର୍ ହେନରି କୁପରଙ୍କୁ ପ୍ରଥମ ଶିକାର କରିଥିଲେ । ଏହାପରେ ନିଜ ତୃତୀୟ ଓଭରର ପ୍ରଥମ ବଲ୍ରେ ଦ୍ବିତୀୟ ଓପନର୍ ଜିତ ରାଭେଲ, ଜୋ କାର୍ଟର, ରବର୍ଟ ଓ’ଡୋନେଲ୍ ଓ ଅନ୍ତର୍ଜାତୀୟ ଅଲ୍ରାଉଣ୍ଡର କ୍ରିଷ୍ଟିଆନ୍ କ୍ଲାର୍କଙ୍କୁ ପ୍ୟାଭିଲିଅନ୍ ପଠାଇ ଏହି ଐତିହାସିକ ସଫଳତା ପାଇଥିଲେ ।
ଏହା ବି ପଢ଼ନ୍ତୁ: ନ୍ୟୁଜିଲାଣ୍ଡ ଭାଙ୍ଗିଛି ଭାରତର ସ୍ୱପ୍ନ, ୩ଥର ବିଶ୍ୱକପ୍ ବିଜୟର ବାଟ ଓଗାଳିଛି
ବ୍ରେଟ୍ ରାଣ୍ଡେଲ ଏହି ଚମତ୍କାର ବୋଲିଂ ବଳରେ ନର୍ଦନ ଦଳ ୩୨.୨ ଓଭରରେ ମାତ୍ର ୮୨ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା । ରାଣ୍ଡେଲ ମୋଟ ୭ ୱିକେଟ୍ ପାଇଥିଲେ । ୧୭୭୨ରୁ ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳା ଯାଉଥିଲା ବେଳେ ୫ ବଲ୍ରେ ୫ ୱିକେଟ୍ ପାଇବା ସଫଳତା ପ୍ରଥମ ଥର ଦେଖିବାକୁ ମିଳିଛି । ତେବେ ପେସାଗତ କ୍ରିକେଟ୍ରେ ଏହା ଦ୍ବିତୀୟ । ଗତ ବର୍ଷ ପ୍ରଥମ ଥର ୫ ବଲ୍ରୁ ୫ ୱିକେଟ୍ ଦେଖିବାକୁ ମିଳିଥିଲା । ଆୟର୍ଲାଣ୍ଡର କର୍ଟିସ କାମ୍ଫର ଟ୍ବେଣ୍ଟି-୨୦ ଘରୋଇ କ୍ରିକେଟ୍ରେ ଏହି ୫ ବଲ୍ରେ ୫ ୱିକେଟ୍ ସଫଳତା ପାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/08/brett-randelll-2026-03-08-14-47-46.jpg)