କନକ ବ୍ୟୁରୋ: ବିବାଦୀୟ ଭାରତୀୟ ଧର୍ମଗୁରୁ ଆଚାର୍ଯ୍ୟ ରଜନୀଶଙ୍କ ମୃତ୍ୟୁର ୩୪ ବର୍ଷ ପରେ ବି ବିବାଦ ତାଙ୍କ ପିଛା ଛାଡ଼ୁନାହିଁ । ବ୍ରିଟେନର ଜଣେ ୫୪ ବର୍ଷୀୟା ମହିଳା ପ୍ରେମ୍ ସରଗମ୍ ଏକ ଚାଞ୍ଚଲ୍ୟକର କଥା କହିଛନ୍ତି । ସେ କହିଛନ୍ତି , ରଜନୀଶଙ୍କ ଆଶ୍ରମରେ ଆଧ୍ୟାତ୍ମିକ ଉନ୍ନତି ନାଁରେ ଚାଲିଥିଲା ଯୌନ କେଳେଙ୍କାରୀ। ସେ ଆଶ୍ରମର କୁଖ୍ୟାତ ସେକ୍ସ କଲ୍ଟରେ ବଡ଼ ହେବାର ଦୁଃଖଦ ଅନୁଭୂତି ସେୟାର କରିଛନ୍ତି। 

Advertisment

ଏକ ସାକ୍ଷାତକାରରେ ସରଗମ ୬ ବର୍ଷ ବୟସରୁ ତିନି ଜଣ ସାଧୁଙ୍କ ଦ୍ୱାରା ହେଉଥିବା ଯୌନ ନିର୍ଯ୍ୟାତନା ବିଷୟରେ ବିସ୍ତୃତ ଭାବରେ କହିଥିଲେ । ପ୍ରେମ ସରଗମଙ୍କ ବାପା ବ୍ରିଟେନରେ ଥିବା ତାଙ୍କ ଘର ଛାଡ଼ି ପୁଣେସ୍ଥି ତ ରଜନୀଶ ଓଶୋଙ୍କ ଆଶ୍ରମକୁ ଚାଲି ଆସିଥିଲେ । ପ୍ରେମ୍ ସରଗମ୍ ଏବଂ ତାଙ୍କ ମା'ଙ୍କୁ ପଛରେ ଛାଡ଼ି ସେ ଜଣେ ସାଧୁ ହେବାକୁ ସ୍ଥିର କଲେ । ପରେ ପ୍ରେମ୍ ସରଗମ୍ ମଧ୍ୟ ଏହି ସମ୍ପ୍ରଦାୟରେ ସାମିଲ ହୋଇଥିଲେ । ସେ ଦାବି କରିଛନ୍ତି ଯେ ୬ ବର୍ଷ ବୟସରୁ ଆଶ୍ରମରେ ତାଙ୍କୁ ଯୌନ ନିର୍ଯ୍ୟାତନା ଦିଆଯାଇଥିଲା।  ୬ ବର୍ଷ ପରେ ଯେତେବେଳେ ତାଙ୍କୁ ୧୨ ବର୍ଷ ହୋଇଥିଲା ସେତେବେଳେ ତାଙ୍କୁ ଦୁଷ୍କର୍ମ କରାଯାଇଥିଲା । ୧୬ ବର୍ଷ ବୟସରେ ତାଙ୍କ ସହ ଯାହା ଘଟୁଛି ତାହା ସେ ବୁଝିପାରିଥିଲେ । ଆଶ୍ରମରେ ତାଙ୍କ ସହ ୫୦ରୁ ଅଧିକ ଥର ଦୁଷ୍କର୍ମ ହୋଇଥିବା ସେ କହିଛନ୍ତି । ପ୍ରେମ ସରଗମଙ୍କ ଜୀବନୀ ଉପରେ ଏକ ଫିଲ୍ମ ରିଲିଜ ହେବାକୁ ଯାଉଛି, ଯାହା ପରେ ଓଶୋ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି ।