କନକ ବ୍ୟୁରୋ: ଭାରତର ଏୟାର ଡିଫେନ୍ସ ସିଷ୍ଟମକୁ ଭେଦିବା କଷ୍ଟକର ବ୍ୟାପାର । ପାକିସ୍ତାନର ଅନେକ ଆତଙ୍କୀ ଆଡ୍ଡାକୁ ଧ୍ବଂସ କରିଛନ୍ତି ଭାରତୀୟ ସେନା । ଆଜି ପ୍ରେସମିଟ୍ କରି ଭଗ୍ନାବଶେଷର ଚିତ୍ର ଦେଖାଇଛନ୍ତି ଡିଜିଏମ୍ଓ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ । ପାକିସ୍ତାନର ଚୀନ କ୍ଷେପଣାସ୍ତ୍ର ବି ଫେଲ୍ ମାରିଥିବା କହିଛନ୍ତି ଭାରତର ଡିଜିଏମଓ । ପ୍ରେସମିଟରେ ଡିଜିଏମଓ କହିଛନ୍ତି, ଅପରେସନ୍ ସିନ୍ଦୂରରେ ବିଏସଫର ଯୋଗଦାନ ରହିଛି । ପହଲଗାମ୍ରେ ନିରୀହଙ୍କ ଉପରେ ଆକ୍ରମଣ କରାଯାଇଛି । ଏହାପରେ ଭାରତୀୟ ଯବାନ ଆତଙ୍କୀଙ୍କ ଉପରେ ସଠିକ୍ ଭାବେ ଆକ୍ରମଣ କରିଛନ୍ତି । ସୀମା ଅତିକ୍ରମ ନକରି ଆକ୍ରମଣ କରିଛୁ ବୋଲି ଡିଜିଏମଓ କହିଛନ୍ତି ।
ଭାରତର ଏୟାର ଡିଫେନ୍ସ ସିଷ୍ଟମକୁ ଭେଦିବା କଷ୍ଟକର ବ୍ୟାପାର: ପାକିସ୍ତାନର ଚୀନ କ୍ଷେପଣାସ୍ତ୍ର ବି ହେଲା ଫେଲ୍
ଭାରତର ଏୟାର ଡିଫେନ୍ସ ସିଷ୍ଟମକୁ ଭେଦିବା କଷ୍ଟକର ବ୍ୟାପାର । ପାକିସ୍ତାନର ଅନେକ ଆତଙ୍କୀ ଆଡ୍ଡାକୁ ଧ୍ବଂସ କରିଛନ୍ତି ଭାରତୀୟ ସେନା । ଆଜି ପ୍ରେସମିଟ୍ କରି ଭଗ୍ନାବଶେଷର ଚିତ୍ର ଦେଖାଇଛନ୍ତି ଡିଜିଏମ୍ଓ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ ।
/kanak/media/media_files/2025/05/12/Png0rHYH8vR7jD5krQjN.jpg)