କନକ ବ୍ୟୁରୋ : ବ୍ରହ୍ମପୁରରେ ଜବରଦଖଲ ଉଚ୍ଛେଦ । କମାପଲ୍ଲୀରୁ ଟାଟା ବେଞ୍ଜ ଛକ ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ ଉପରେ ଗୁରୁତ୍ୱ ଦେଇଛି ପ୍ରଶାସନ । ଏହି ରାସ୍ତାରେ ଜବରଦଖଲ ନେଇ ବାରମ୍ବାର ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ ରାସ୍ତାର ଉଭୟ ପାର୍ଶ୍ଵ ମାପଚୁପ ପରେ ଆଜି ସକାଳୁ ଉଚ୍ଛେଦ ଆରମ୍ଭ ହୋଇଛି । ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଚାଲିଛି ଜବରଦଖଲ ଉଚ୍ଛେଦ । ରାଜସ୍ବ, ମହାନଗର ନିଗମ ଓ ପୁଲିସ ମିଳିତ ଭାବେ ଉଚ୍ଛେଦ କରୁଛନ୍ତି । ପୂର୍ବରୁ ଅତିରିକ୍ତ ତହସିଲଦାର ଓ ରାଜସ୍ବ ନିରୀକ୍ଷକ ଏହି ମାପଚୁପ କରି ଉପଜିଲ୍ଲାପାଳଙ୍କୁ ରିପୋର୍ଟ ଦେଇଥିଲେ । ରାସ୍ତା କଡ଼ରେ ଥିବା ଦୋକାନୀମାନେ ଡ୍ରେନ୍ ଜବରଦଖଲ କରିଥିବା ଜଣାପଡ଼ିଛି । ଆଜି ଉଚ୍ଛେଦ କରାଯିବ ବୋଲି ପୂର୍ବରୁ ମାଇକ ଯୋଗେ ଘୋଷଣା କରାଯାଇଥିଲା । ସେହି ଅନୁସାରେ ସକାଳୁ ଉଚ୍ଛେଦ ଚାଲିଛି ।
ବ୍ରହ୍ମପୁରରେ ଜବରଦଖଲ ଉଚ୍ଛେଦ : କମାପଲ୍ଲୀରୁ ଟାଟା ବେଞ୍ଜ ଛକ ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ ଉପରେ ପ୍ରଶାସନର ଗୁରୁତ୍ୱ
ରାସ୍ତା କଡ଼ରେ ଥିବା ଦୋକାନୀମାନେ ଡ୍ରେନ୍ ଜବରଦଖଲ କରିଥିବା ଜଣାପଡ଼ିଛି । ଆଜି ଉଚ୍ଛେଦ କରାଯିବ ବୋଲି ପୂର୍ବରୁ ମାଇକ ଯୋଗେ ଘୋଷଣା କରାଯାଇଥିଲା ।
/kanak/media/media_files/2025/09/08/berhampur-2025-09-08-08-41-04.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)