ବ୍ରହ୍ମପୁର ଦୁର୍ଘଟଣା ; ଯାଞ୍ଚ ହେବ ଓଭରବ୍ରିଜ ଡିଜାଇନ

Advertisment

ବ୍ରହ୍ମପୁର ଦୁର୍ଘଟଣା ମାମଲାରେ ଓଭରବ୍ରିଜ ଡିଜାଇନର ହେବ ଯାଞ୍ଚ । ୩ ବିଭାଗର ମୁଖ୍ୟ ଯନ୍ତ୍ରୀ ଓଭରବ୍ରିଜ ଯାଞ୍ଚ କରିବେ । ନିର୍ଦ୍ଦିଷ୍ଟ ସମସ୍ୟାର ଅନୁଧ୍ୟାନ କରି କାହିଁକି ଦୁର୍ଘଟଣା ହେଲା ତାହାର କାରଣ ଖୋଜାଯିବ ।

ବ୍ରହ୍ମପୁର ଦୁର୍ଘଟଣା ମାମଲାରେ ଓଭରବ୍ରିଜ ଡିଜାଇନର ହେବ ଯାଞ୍ଚ । ୩ ବିଭାଗର ମୁଖ୍ୟ ଯନ୍ତ୍ରୀ ଓଭରବ୍ରିଜ ଯାଞ୍ଚ କରିବେ । ନିର୍ଦ୍ଦିଷ୍ଟ ସମସ୍ୟାର ଅନୁଧ୍ୟାନ କରି କାହିଁକି ଦୁର୍ଘଟଣା ହେଲା ତାହାର କାରଣ ଖୋଜାଯିବ ।

1768816347_1768816302_1767177497_1767176604_NHAI

Photograph: (kanak news)

କନକ ବ୍ୟୁରୋ: ବ୍ରହ୍ମପୁର ହଳଦିଆପଦର ଦୁର୍ଘଟଣା ମାମଲାରେ ଓଭରବ୍ରିଜ ଡିଜାଇନର ହେବ ଯାଞ୍ଚ। ୩ ବିଭାଗର ମୁଖ୍ୟ ଯନ୍ତ୍ରୀ ଓଭରବ୍ରିଜ ଯାଞ୍ଚ କରିବେ। ନିର୍ଦ୍ଦିଷ୍ଟ ସମସ୍ୟାର ଅନୁଧ୍ୟାନ ହେବ। କାହିଁକି ଦୁର୍ଘଟଣା ହେଲା ତାହାର କାରଣ ଖୋଜାଯିବ। ଯାଞ୍ଚ ପରେ ନିଆଯିବ ପରବର୍ତ୍ତୀ ପଦକ୍ଷେପ। ହଳଦିଆପଦର ରେଳ ଓଭରବ୍ରିଜରେ ଘଟିଥିବା ସଡ଼କ ଦୁର୍ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ରାଜ୍ୟ ସରକାର। ଏହି ବ୍ରିଜ୍‌ର ନିର୍ମାଣ ଶୈଳୀ ଓ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ ପାଇଁ ଆସନ୍ତା ୧୬ ତାରିଖରେ ଏକ ଉଚ୍ଚସ୍ତରୀୟ ବୈଷୟିକ ଦଳ ଓଭରବ୍ରିଜ୍ ପରିଦର୍ଶନ କରିବେ। 

ବିଶେଷକରି ବ୍ରିଜର ଡିଜାଇନ୍ ଏବଂ ଡ୍ରଇଂକୁ ଅନୁଧ୍ୟାନ କରିବେ। ମୂଳ ଡିଜାଇନରେ କିଛି ପରିବର୍ତ୍ତନ ହୋଇଛି କି? ଡିପିଆର ବଦଳା ଯାଇଥିଲା କି? କାହିଁକି ଦୁର୍ଘଟଣା ଘଟିଲା ତାହାର ଯାଞ୍ଚ କରାଯିବ। ୩ ଟି ବିଭାର ମୁଖ୍ୟ ଯନ୍ତ୍ରୀ ନିଜ ଟିମ୍‌ ସହିତ ଘଟଣାସ୍ଥଳ ବୁଲି ଦେଖିବା ପରେ ସରକାରଙ୍କୁ ରିପୋର୍ଟ ଦେବେ। ପୂର୍ବତନ ମନ୍ତ୍ରୀଙ୍କ ଜମି ପାଇଁ ବ୍ରିଜର ଡିଜାଇନ ବଦଳା ଯାଇଥିବା ପ୍ରଥମେ ସମ୍ବାଦ ଓ କନକ ନ୍ୟୁଜରେ ଖବର ପ୍ରସାରଣ ହୋଇଥିଲା। ଏଣେ ରାସ୍ତା ଓ କୋଠାବାଡ଼ି ନିର୍ମାଣ ବିଭାଗ ସମ୍ପୃକ୍ତ ବିଭାଗକୁ ଚିଠି ଲେଖି ଜଣେଇଛି ।

ଆହୁରି ପଢ଼ନ୍ତୁ:ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ: ଜଣେ ମୃତ, ୧୦ରୁ ଅଧିକ ଗୁରୁତର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe