କନକ ବ୍ୟୁରୋ: ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାରେ ଗଡ଼ିଲା ବ୍ରହ୍ମ ତାଳଧ୍ବଜ ରଥ । କିନ୍ତୁ ରଥଟଣା ବେଳେ ବାମ ମୋଡ଼ ଯୋଗୁଁ ଅଟକିଲା ବ୍ରହ୍ମ ତାଳଧ୍ବଜ ରଥ । ରେଲୱେ ଜ୍ୟାକ୍ର ସହାୟତା ନିଆଯାଇଛି । ଆଜି ଦ୍ବିତୀୟ ଦିନରେ ଆଧ୍ୟାତ୍ମିକ ପରିବେଶ ଭିତରେ ଚାଲିଛି ରଥ ଟଣା । ଗତକାଲି ପହଣ୍ଡି ପରେ ଦେବୋତ୍ତର କାର୍ଯ୍ୟାଳୟ ପର୍ଯ୍ୟନ୍ତ ରଥ ଯାଇ ଅଟକିଥିଲା । ଆଜି ପୁଣିଥରେ ରଥ ଟାଣୁଛନ୍ତି ଲକ୍ଷାଧିକ ଭକ୍ତ । ଏହି ଗୋଟିଏ ରଥରେ ତିନି ଠାର ମାଉସୀ ମା’ଙ୍କ ମନ୍ଦିରକୁ ଯାଉଛନ୍ତି । ପ୍ରବଳ ବର୍ଷା ସତ୍ତ୍ବେ ଆଜି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ହୋଇଛି ।
କେନ୍ଦ୍ରପଡ଼ା ଶ୍ରୀବଳଦେବଜିଉଙ୍କ ରଥଯାତ୍ରାରେ ପ୍ରତିବର୍ଷ ଏଭଳି ସମସ୍ୟା ଦେଖାଦେଉଛି । ପୂର୍ବରୁ ଏଭଳି ସମସ୍ୟା ହେବାରୁ ରାସ୍ତା କଡ଼କୁ ମାଡ଼ିଯାଇଥିଲା ବ୍ରହ୍ମ ତାଳଧ୍ବଜ ରଥ । ଜାମର ଲଗାଇ ରଥ ଚକକୁ ସଳଖିବାକୁ ଚେଷ୍ଟା କରାଯାଉଥିଲା । ଚଳିତବର୍ଷ ମଧ୍ୟ ଏଭଳି ମସସ୍ୟା ବେହାରୁ ଭକ୍ତଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି ।