ପ୍ରଶାନ୍ତ କିଶୋରଙ୍କୁ ମିଳିଲା ଜାମିନ । ସକାଳ ୪ଟାରେ ଉଠାଇନେଇଥିଲା ପୋଲିସ ।

Advertisment

ପ୍ରଶାନ୍ତ କିଶୋରଙ୍କୁ ଜାମିନ । ଅନଶନରେ ବସିଥିବାବେଳେ ଉଠାଇନେଇଥିଲା ପୋଲିସ ।

ପ୍ରଶାନ୍ତ କିଶୋରଙ୍କୁ ଜାମିନ । ଅନଶନରେ ବସିଥିବାବେଳେ ଉଠାଇନେଇଥିଲା ପୋଲିସ ।

PRASANT

କନକ ବ୍ୟୁରୋ : ପ୍ରଶାନ୍ତ କିଶୋରଙ୍କୁ ମିଳିଲା ଜାମିନ। ସକାଳ ୪ଟାରେ ପାଟନାର ଗାନ୍ଧୀ ମଇଦାନରୁ ଉଠାଇନେଇଥିଲା ପୋଲିସ୍‌।   ପାଟନାର ଗାନ୍ଧୀ ମଇଦାନରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନରେ ବସିଥିବା ଜନ ସ୍ବରାଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋରଙ୍କୁ ସକାଳେ ବିହାର ପୁଲିସ  ଅଟକ ରଖିଥିଲା। ଏବେ ତାଙ୍କୁ ଜାମିନ ମିଳିଛି। 

ସୂଚନାମୁତାବକ,  ପାଟନା ପୁଲିସର ଏକ ବଡ଼ ଟିମ୍ ପ୍ରଶାନ୍ତ କିଶୋରଙ୍କୁ ଆନ୍ଦୋଳନସ୍ଥଳରୁ ହଟାଇବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କ ସାଥୀ ବିକ୍ଷୋଭକାରୀମାନେ ତାଙ୍କୁ ଧରି ରଖି  ବିକ୍ଷୋଭ କରିଥିଲେ।  ରାଜନୀତିରେ ଯୋଗ ଦେବା ପୂର୍ବରୁ ନିର୍ବାଚନ ରଣନୀତିଜ୍ଞ ଥିବା  ଶ୍ରୀ କିଶୋର ବିହାର ଲୋକସେବା ଆୟୋଗ (ବିପିଏସସି) ଦ୍ୱାରା ପରିଚାଳିତ ସମନ୍ବିତ ୭୦ତମ ମିଳିତ ପ୍ରତିଯୋଗିତା ମୂଳକ ପରୀକ୍ଷାକୁ ବାତିଲ କରିବା ଦାବିରେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ସମର୍ଥନରେ ଜାନୁଆରୀ ୨ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ରେ ବସିଛନ୍ତି ।

ପ୍ରଶ୍ନପତ୍ର ଲିକ୍ ଯୋଗୁଁ ପରୀକ୍ଷା ବାତିଲ କରିବାକୁ ଛାତ୍ରଛାତ୍ରୀମାନେ ଦାବି କରି ଆସୁଛନ୍ତି।ଡିସେମ୍ବର ୧୩ତାରିଖରେ ବିପିଏସସି ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଗାନ୍ଧି ମଇଦାନ ସେହି ସ୍ଥାନଠାରୁ କିଛି କିଲୋମିଟର ଦୂରରେ ରହିଛି ଯେଉଁଠାରେ ଅନେକ ପ୍ରାର୍ଥୀ ଦୁଇ ସପ୍ତାହରୁ ଅଧିକ ସମୟ ଧରି ୨୪ ଘଣ୍ଟିଆ ଧାରଣାରେ ବସିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe