କନକ ବ୍ୟୁରୋ : ଗାନ୍ଧୀ ମୈଦାନରେ ଆମରଣ ଅନଶନରେ ବସିଛନ୍ତି ଜନସ୍ବରାଜ ପାର୍ଟିର ମୁଖ୍ୟ ପ୍ରଶାନ୍ତ କିଶୋର । ସରକାର ଦାବି ନଶୁଣିଲା ଯାଏ ଅନଶନରୁ ଉଠିବେ ନାହିଁ, ବିହାରର ହଜାର ହଜାର ଯୁବକ, ଯୁବତୀଙ୍କ ସ୍ବାର୍ଥ ପାଇଁ ଲଢେଇ ଜାରି ରହିବ ବୋଲି ପ୍ରଶାନ୍ତ କିଶୋର କହିଛନ୍ତି । ସେପଟେ ଏହି ପ୍ରସଙ୍ଗକୁ ନେଇ ପୁର୍ଣ୍ଣିୟାର ନିର୍ଦ୍ଦଳୀୟ ସାଂସଦ ପପ୍ପୁ ଯାଦବଙ୍କ ସମର୍ଥକ ମାନଙ୍କ ପକ୍ଷରୁ ମଧ୍ୟ ଆଜି ବିହାର ବନ୍ଦ ଡାକରା ଦିଆଯାଇଛି ।
ପପ୍ପୁ ଯାଦବଙ୍କ ହଜାର ହଜାର ସମର୍ଥକ ରେଳ ଧାରଣାରେ ଟ୍ରେନ୍ ଅଟକାଇବା ସହ ବିରୋଧ ପ୍ରଦର୍ଶନ କରିଛନ୍ତି । ବିପିଏସସି ପରୀକ୍ଷାରେ ଅନିୟମିତତାକୁ ନେଇ ନୀତିଶ ସରକାରଙ୍କ ଉପରେ ବର୍ଷିଛନ୍ତି ସାଂସଦ ପପ୍ପୁ ଯାଦବଙ୍କ ସମର୍ଥକ । କେବେ ଯାଏ ବିହାରରେ ଏଭଳି ପ୍ରଶ୍ନପତ୍ର ଲିକ୍ ହେଉଥିବ, କେବେ ଯାଏ ସରକାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳୁଥିବେ ବୋଲି ପପ୍ପୁ ଯାଦବଙ୍କ ସମର୍ଥକ ମାନେ ପ୍ରଶ୍ନ କରିଛନ୍ତି ।