କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଜଣେ ଯୁବକ ଦିନ ଦ୍ୱିପ୍ରହରରେ ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଗୁଳି କରି ହତ୍ୟା ଉଦ୍ୟମ କରିଛି । ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ତାଙ୍କର ଚିକିତ୍ସା ଜାରି ରହିଛି । ଘଟଣା ପରଠାରୁ ଅଭିଯୁକ୍ତ ଫେରାର ଅଛି ଏବଂ ପୋଲିସ ତାକୁ ଧରିବା ପାଇଁ ତନାଘନା ଚଳାଇଛି ।
ସୂଚନାମୁତାବକ, ଅଭିଯୁକ୍ତ ୨/୩ ରାଉଣ୍ଡ ଗୁଳି କରିଥିଲା । ଗୁଳି ଶବ୍ଦ ଶୁଣି ଆଖପାଖର ଲୋକେ ଏବଂ ପୀଡ଼ିତାଙ୍କ ପରିବାର ଲୋକେ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ । ଲୋକଙ୍କୁ ଦେଖି ଅଭିଯୁକ୍ତ ଆଦିଲ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ତୁରନ୍ତ ପୀଡ଼ିତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା । ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ଥିଲେ ମଧ୍ୟ ସଙ୍କଟାପନ୍ନ ରହିଛି ବୋଲି ଜଣାପଡିଛି ।
ଦିଲ୍ଲୀର ଜାହାଙ୍ଗୀରପୁରୀରେ ଯୁବତୀଙ୍କୁ ଗୁଳିମାଡ଼: ପୀଡ଼ିତା ହସ୍ପିଟାଲରେ ଭର୍ତ୍ତି, ଅଭିଯୁକ୍ତ ଫେରାର
ପୀଡ଼ିତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କଲେ ସ୍ଥାନୀୟ ଲୋକେ
/kanak/media/media_files/2025/08/04/shot-girl-2025-08-04-21-38-56.jpg)