କନକ ବ୍ୟୁରୋ : ଭୁବନେଶ୍ବରରେ ନାବାଳକ ନିଖୋଜ । ୪ ଦିନ ଧରି ଚନ୍ଦ୍ରଶେଖରପୁର ଅଞ୍ଚଳରୁ ୧୬ ବର୍ଷର ନାବାଳକ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି । ଏପର୍ଯ୍ୟନ୍ତ ପୁଲିସ ନାବାଳକଙ୍କୁ ଖୋଜି ପାଉନି । ଗଳି କନ୍ଦି ଖୋଜି ବୁଲୁଛନ୍ତି ମା’ । ଏପରିକି ନିଜ ଉଦ୍ୟମରେ ସିସିଟିଭି ଭିଜୁଆଲ୍ ସଂଗ୍ରହ କରିବା ସହ ପୁଅ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଛି । କରାଟେ କ୍ଲାସ୍ ଯାଇ ପୁଅ ଆଉ ଘରକୁ ଫେରି ନଥିବା ବେଳେ ଏବେ ସୁଦ୍ଧା କୌଣସି ପତ୍ତା ମିଳୁନାହିଁ । ପୁଲିସର ନିଷ୍କ୍ରିୟତା ପରେ ଏବେ ପୁଅ ମିଳିବ ନା ନାହିଁ ତା’କୁ ନେଇ ସେ ସନ୍ଦେହରେ ଅଛନ୍ତି ।
କରାଟେ କ୍ଲାସକୁ ଯାଇ ଆଉ ଘରକୁ ଫେରିନି ପୁଅ : ୪ ଦିନ ହେବ ଗଳି କନ୍ଦି ବୁଲି ବୁଲି ଖୋଜୁଛି ମାଆ
୪ ଦିନ ଧରି ଚନ୍ଦ୍ରଶେଖରପୁର ଅଞ୍ଚଳରୁ ୧୬ ବର୍ଷର ନାବାଳକ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି । ଏପର୍ଯ୍ୟନ୍ତ ପୁଲିସ ନାବାଳକଙ୍କୁ ଖୋଜି ପାଉନି । ଗଳି କନ୍ଦି ଖୋଜି ବୁଲୁଛନ୍ତି ମା’ ।
/kanak/media/media_files/2025/09/07/kidnap-2025-09-07-14-18-30.jpg)