କନକ ବ୍ୟୁରୋ: ଜଳେଶ୍ୱର ପୋଲିସ ହାତରେ ରୁକସାନା ବିବି ଓରଫ ସ୍କୁଟି ଦିଦି । ଦୀର୍ଘଦିନ ଧରି ସ୍କୁଟିରେ ବ୍ରାଉନସୁଗାର ବେପାର କରୁଥିବା ରୁକସାନା ବିବି ପୋଲିସ ପଂଝାରେ ପଡିଛି।
ଜଳେଶ୍ୱର ଶେଖବାଡ ବସ୍ତି ଅଞ୍ଚଳରେ ଆଇଆଇସି ଙ୍କ ନେତୃତ୍ଵରେ ୧୫ ଜଣିଆ ଟିମ୍ ଚଢାଉ କରି ରୁକସାନାଙ୍କୁ ଗିରଫ କରିଛନ୍ତି। ରୁକସାନାଙ୍କ ଠାରୁ ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ କରିବା ସହିତ ତାଙ୍କ ବାପା ଓ ମାଆଙ୍କୁ ଅଟକ ରଖିଛି ପୋଲିସ । ରୁକସାନା ଓ ତାଙ୍କ ପରିବାର ନାମରେ ଓଡ଼ିଶା ସମେତ ପଶ୍ଚମବଙ୍ଗର ବିଭିନ୍ନ ଥାନାରେ ବ୍ରାଉନ ସୁଗାର କାରବାରରେ ଏକାଧିକ ମାମଲା ରହିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)