ଲୋକନାଥ ମନ୍ଦିରରେ ବାଉନ୍ସରଙ୍କ ହାକିମାତି; ପ୍ରଶ୍ନ ଉଠୁଛି,ପୋଲିସ ଥିବା ବେଳେ କିଏ ଦେଲା ବାଉନ୍ସରଙ୍କୁ ନିଯୁକ୍ତି?

Advertisment

ପୁରୀ ଲୋକନାଥ ମନ୍ଦିର ପରିସରରେ ବାଉନ୍ସର ମୁତୟନ ହୋଇଥିବା ଦେଖିବାକୁ ମିଳିଛି । ମହାଶିବରାତ୍ରି ନିମନ୍ତେ ଲୋକନାଥ ମନ୍ଦିରରେ ଦେବ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି। ହେଲେ ପ୍ରଥମ କରି ଲୋକନାଥ ମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥାରେ ବାଉନ୍ସର ନିଯୁକ୍ତି ହୋଇ ଦ୍ଵାର ଜଗିଥିବା ଦେଖାଦେଇଛି ।

73ମୋେନି

Photograph: (kanakNews)

କନକ ବ୍ୟୁରୋ : ପୁରୀ ଲୋକନାଥ ମନ୍ଦିର ପରିସରରେ ବାଉନ୍ସର ମୁତୟନ ହୋଇଥିବା ଦେଖିବାକୁ ମିଳିଛି । ମହାଶିବରାତ୍ରି ନିମନ୍ତେ ଲୋକନାଥ ମନ୍ଦିରରେ ଦେବ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି। ହେଲେ ପ୍ରଥମ କରି ଲୋକନାଥ ମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥାରେ ବାଉନ୍ସର ନିଯୁକ୍ତି ହୋଇ ଦ୍ଵାର ଜଗିଥିବା ଦେଖାଦେଇଛି । ମଧ୍ୟରାତ୍ରରୁ ଦ୍ଵାର ଫିଟା ନୀତି ତାପରେ ମଙ୍ଗଳ ଆରତି ବଢିବା ପରେ ଲୋକନାଥ ଦେବଙ୍କୁ ଦର୍ଶନ ସାରି ବାହାରକୁ ବାହାରୁଥିବା ଦ୍ଵାରରେ ବାଉନ୍ସରଙ୍କୁ ନିଯୁକ୍ତି ଦେବା ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ବାଉନ୍ସରମାନେ ଭକ୍ତମାନଙ୍କୁ ଠେଲାପେଲା କରିବା ଅଭିଯୋଗ ପରେ ପୋଲିସ ଅଧିକାରୀ ସେମାନଙ୍କୁ ପଚରାଉଚରା କରିଛନ୍ତି । 

ପୋଲିସର ଜାଣତରେ ବାଉନ୍ସରଙ୍କୁ ନିଯୁକ୍ତି ଦିଆଯାଇଛି ନାଁ କେହି ପାଳିଆ ସେବାୟତ ଏମାନଙ୍କୁ ନିଯୁକ୍ତି ଦେଇଛନ୍ତି ତାହା ଜଣାପଡ଼ିନାହିଁ । ଲୋକନାଥ ଦେବ ଟ୍ରଷ୍ଟି ଓ ଜିଲ୍ଲାପ୍ରଶାସନ ପକ୍ଷରୁ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେବେ ବାଉନ୍ସର ନିଯୁକ୍ତି ନେଇ ପ୍ରଶ୍ନ ଉଠିଛି । ରାଜ୍ୟ ସରକାରଙ୍କ ଅଧିନରେ ଥିବା ଲୋକନାଥ ଦେବ ପୀଠରେ ବାଉନ୍ସର କିପରି ନିଯୁକ୍ତି ହୋଇ କାର୍ଯ୍ୟ କଲେ ପୋଲିସର ସୁରକ୍ଷା ବ୍ୟବସ୍ଥା ପାଇଁ ବଡ଼ ପ୍ରଶ୍ନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe