କନକ ବ୍ୟୁରୋ : ବୌଦ୍ଧ ଜିଲ୍ଲା ପୁରୁଣାକଟକରେ ବାଣ ବିସ୍ଫୋରଣ ଘଟଣା । ଆଜି ମଧ୍ୟ ବାଣ ଗୋଦାମରେ ରେଡ୍ କରାଯିବ । ବୌଦ୍ଧ ଏସଡିପିଓଙ୍କ ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ୯ଟି ଟ୍ରକ ବାଣ ଜବତ ହୋଇଛି, ଯାହାର ମୂଲ୍ୟ ପ୍ରାୟ ୬କୋଟିରୁ ଅଧିକ ହେବ । ପୁରୁଣାକଟକ ଅଞ୍ଚଳର ବିଭିନ୍ନ ସ୍ଥାନରେ ରେଡ୍ କରାଯାଇଛି । ପୁଲିସ ପକ୍ଷରୁ ଅଞ୍ଚଳର ସବୁ ବାଣ ବ୍ୟବସାୟୀଙ୍କ ଗୋଦାମରେ ରେଡ୍ ହୋଇଛି । ଗୋଦାମ ଗୁଡ଼ିକରେ ରହିଥିଲା ବିପୁଳ ପରିମାଣର ବାଣ ସହ ବିସ୍ପୋରକ ରାସାୟନିକ ଦ୍ରବ୍ୟ । ଯେତେ ଚଢ଼ାଉ କଲେ ସେତେ ବାହାରୁଛି ବାଣ । ସେପଟେ ବାଣ ବୋହି ବୋହି ଶ୍ରମିକ ମଧ୍ୟ ହାଲିଆ ହୋଇଯାଇଛନ୍ତି । ଚଢ଼ାଉରେ ଏସଡିପିଓ, ୩ଜଣ ଆଇଆଇସି, ବୋମା ନିଷ୍କ୍ରିୟକାରୀ ଦଳ, ଆଇଆରବି ଯବାନଙ୍କ ସହ ଅଗ୍ନିଶମ ବିଭାଗର ଟିମ ସାମିଲ ହୋଇଛନ୍ତି । ସମସ୍ତ ବାଣକୁ ବୌଦ୍ଧ ବଲାସିଙ୍ଗା ସ୍ଥିତ ଆଇଆରବି ବାଟାଲିଅନ ପରିସରରେ ପୋତାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । 

Advertisment