କନକ ବ୍ୟୁରୋ: ପ୍ଲାଷ୍ଟିକ... ପ୍ଲାଷ୍ଟିକ... ପ୍ଲାଷ୍ଟିକ... ମଣିଷ ଚାରିପାଖେ ଖାଲି ପ୍ଲାଷ୍ଟିକ ଆଉ ପ୍ଲାଷ୍ଟିକ୍ । ଘରେ ପ୍ଲାଷ୍ଟିକ, ବାହାରେ ପ୍ଲାଷ୍ଟିକ, ଆମ ବ୍ୟବହାରରେ ପ୍ଲାଷ୍ଟିକ, ଆମ ନିତିଦିନିଆ ଜୀବନରେ ପ୍ଲାଷ୍ଟିକ । ଏଠି ବୋତଲ ପ୍ଲାଷ୍ଟିକ, ବାଲତି ପ୍ଲାଷ୍ଟିକ, ଟିଫିନ୍ ବି ପ୍ଲାଷ୍ଟିକ । ପରିସ୍ଥିତି ଏମିତି ହୋଇଛି ମଣିଷ ତାର ଦୈନନ୍ଦିନ ଜୀବନରେ ପ୍ଲାଷ୍ଟିକକୁ ଏକ ଅଂଶ ଭାବିଦେଲାଣି । ହେଲେ ଏହି ପ୍ଲାଷ୍ଟିକର ବ୍ୟବହାର ଯେ ଆମ ଜୀବନ ପାଇଁ କାଳ ସାଜୁଛି ତାହା ଆମେ ଜାଣି ପାରୁନେ । 

Advertisment

-ମାରିଦେବ ମିନେରାଲ୍ ୱାଟର !
-ଦେଖୁଛୁ ପାଣି, ପିଉଛୁ ବିଷ !
-ପ୍ଲାଷ୍ଟିକ୍ ବୋତଲର ପାଣି କରିଦେବ ସର୍ବନାଶ !
-ପ୍ରତି ଢୋକରେ ଦେହକୁ ଯାଉଛି ନାନୋ ପ୍ଲାଷ୍ଟିକ

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ବଜାରରେ ମିଳୁଥିବା ପ୍ଲାଷ୍ଟିକ ବୋତଲର ପାଣି ଦିନେ ଆମ ଜୀବନ ବି ନେଇପାରେ । କାରଣ ସ୍ୱଚ୍ଛ ପାଣି ଭାବି ଆମେ ଯେଉଁ ମିନେରାଲ ୱାଟର ପିଉଛେ ତାହା କିନ୍ତୁ ପୂରା ମାରାତ୍ମକ । ମାନେ ଆମେ ପାଣି ନୁହେଁ ବରଂ ନିୟମିତ ବିଷ ପିଉଛେ କହିଲେ କିଛି ଭୁଲ ହେବନି । କାରଣ ପ୍ରତି ଢୋକରେ ଆମେ ଯେଉଁ ପାଣି ଫିଉଛେ ସେଥିରେ ଭରି ରହିଛି ପ୍ଲାଷ୍ଟିକ ଗୁଣ୍ଡ । ୧ ଲିଟର ପ୍ଲାଷ୍ଟିକ ବୋତଲ ପାଣିରେ ହାରାହାରି ୨ ଲକ୍ଷ ୪୦ ହଜାର ଅତି କ୍ଷୁଦ୍ର କଣିକା ବା ନାନୋ ପ୍ଲାଷ୍ଟିକ ରହୁଛି । ଯାହା ଆମ ଖାଲି ଆଖିକୁ ଦେଖା ଯାଏ ନାହିଁ ମାତ୍ର ଏହା ମଣିଷର ଧମନୀ, ଶିରାପ୍ରଶିରାରେ ପ୍ରବେଶ କରି ଜୀବକୋଷ ଉପରେ ପ୍ରଭାବ ପ୍ରକାଏ ଏବଂ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରେ । ଏହି ପ୍ଲାଷ୍ଟିକ ଗୁଣ୍ଡ ରକ୍ତରେ ମିଶି ଆମ ଅଙ୍ଗପ୍ରତ୍ୟେଙ୍ଗ ବି ଖରାପ କରେ । ସବୁଠାରୁ ବଡ କଥା ହେଉଛି ପ୍ଲାଷ୍ଟିକ ବୋତଲ ପାଣି ଦେଇ ଯାଉଥିବା ପ୍ଲାଷ୍ଟିକ ଗୁଣ୍ଡ ଗର୍ଭବତୀଙ୍କ ପେଟରେ ଥିବା ପିଲା ଉପରେ ବି ଗୁରୁତର ପ୍ରଭାବ ପକାଇଥାଏ ।
ତେବେ ନଜର ପକାନ୍ତୁ କାହିଁକି ପ୍ଲାଷ୍ଟିକ ବୋତଲରୁ ପାଣି ପିଇବାକୁ ମନାକରନ୍ତି ଡାକ୍ତର ।

ପ୍ଲାଷ୍ଟିକ ବୋତଲର ପାଣି ସ୍ଲୋ ପଏଜନ ପରି...
-ବଜାରରେ ମିଳୁଥିବା ସୁନ୍ଦର ପ୍ଲାଷ୍ଟିକ ବୋତଲରେ କେମିକାଲ ଓ ବ୍ୟାକ୍ଟେରିଆ ଭରପୁର ଥାଏ
-ଏସବୁ ବୋତଲରୁ ଫ୍ଲୋରାଇଡ, ଆର୍ସେନିକ ପରି ହାନିକାରକ ରସାୟନିକ ପଦାର୍ଥ ବାହାରେ ଯାହା ଆମ ଶରୀର ପାଇଁ ସ୍ଲୋ ପଏଜନ ପରି...
-ପ୍ଲାଷ୍ଟିକ ବୋତଲର ପାଣି ସ୍ତନ କର୍କଟ, ଡାଇବେଟିସ ପରି ରୋଗର ଆଶଙ୍କା ବଢାଏ
-ପ୍ଲାଷ୍ଟିକ ବୋତଲର ପାଣି ଲିଭର କ୍ୟାନସର, ମାଇଗ୍ରେନ, ମେଦବହୁଳତା ବଢାଏ
-ଶରୀରର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଏ
-ଶରୀରରେ ହରମୋନର ମାତ୍ରା ଅସନ୍ତୁଳିତ ରୁହେ
-ନାରୀ, ପୁରୁଷମାନଙ୍କ କ୍ଷେତ୍ରରେ ନପୁଂସକତା ପରି ସମସ୍ୟା ସୃଷ୍ଟି ହୁଏ
-ପାଣିରେ ମିଶିଥିବା ପ୍ଲାଷ୍ଟିକ ଗୁଣ୍ଡ ଅନେକ ଅଜଣା ରୋଗର କାରକ ସାଜେ
ତେଣୁ ବେଳହୁଁ ସାବଧାନ । ଏକ ସୁସ୍ଥ ଓ ସୁନ୍ଦର ଜୀବନ ବଞ୍ଚିବାକୁ ହେଲେ ଆସନ୍ତୁ ପ୍ଲାଷ୍ଟିକ ଠାରୁ ଦୂରେଇ ରହିବା । 

ପ୍ଲାଷ୍ଟିକ ବୋତଲକୁ ନା କହିବା 
-ପ୍ଲାଷ୍ଟିକ ବୋତଲ ବଦଳରେ କାଚ ଗ୍ଲାସ, କାଚ ବୋତଲରେ ପାଣି ପିଇବା
-ମାଟି ପାତ୍ର କିମ୍ବା ମାଟି ବୋତଲରେ ପାଣି ପିଇବା
-ଅନଲାଇନରେ ମିଳୁଥିବା ବାଉଁଶ ବୋତଲ ବି ଆଣି ଆପଣ ପାଣି ପିଇପାରିବେ

କାରଣ ସିକ୍କିମରେ ଘରେ ଘରେ ପ୍ଲାଷ୍ଟିକକୁ ନା କରିଛନ୍ତି ଲୋକେ । ଆଉ ସିକ୍କିମର ପର୍ଯ୍ୟଟନ ବିଭାଗ ପର୍ଯ୍ୟଟକଙ୍କ ପାଇଁ ବାଉଁଶ ପାଣି ବୋତଲର ବାବସ୍ଥା କରିଛି । ପରିବେଶ ଅନୁକୂଳ ଏହି ପଦକ୍ଷେପକୁ ବିଶ୍ୱବ୍ୟାପୀ ପ୍ରଶଂସା କରାଯାଉଥିବା ବେଳେ ଓଡିଶାରେ କେବେ ପ୍ଲାଷ୍ଟିକକୁ ଲୋକେ ନା କହିବେ ଆଉ ଆମ ନୂଆ ସରକାର କେବେ ପର୍ଯ୍ୟଟନସ୍ଥଳୀରେ ପ୍ଲାଷ୍ଟିକ ବୋତଲ ଉପରେ ରୋକ୍ ଲଗାଇ ମାଟି କିମ୍ବା ବାଉଁଶ ପାଣି ବୋତଲ ବ୍ୟବହାର କରିବାକୁ ନିୟମ ଆଣିବେ ତା ଉପରେ ନଜର ।

https://youtu.be/U3uy5ofMxXo