ବିଧାୟକଙ୍କ ଦରମାକୁ ନେଇ ଚାରିଆଡୁ ଚାପ ପଡିବା ପରେ ନରମିଲେ ଉଭୟ ଶାସକ ଓ ବିରୋଧୀ,  ପୁନଃବିଚାର ପାଇଁ ବିଜେପି ବିଧାୟକଙ୍କ ପ୍ରସ୍ତାବ ପରେ ଦାବି ରଖିଲେ ବିଜେଡି ଏମଏଲଏ

Advertisment

ଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ ବିଜେପି ଓ ବିଜେଡିର ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ପୂର୍ବତନ ବିଧାୟକମାନେ ବି ବର୍ଦ୍ଧିତ ଦରମା ନେବା ପ୍ରସଙ୍ଗରେ ବିଚାର କରୁଛନ୍ତି। ସେପଟେ ରାଜନୀତି ସମୀକ୍ଷକ କହିଛନ୍ତି, ଲୋକଙ୍କ ଚାପରେ ୟୁଟର୍ଣ୍ଣ ନେଇଛନ୍ତି ଉଭୟ ଶାସକ ଓ ବିରୋଧୀ ।

ଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ ବିଜେପି ଓ ବିଜେଡିର ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ପୂର୍ବତନ ବିଧାୟକମାନେ ବି ବର୍ଦ୍ଧିତ ଦରମା ନେବା ପ୍ରସଙ୍ଗରେ ବିଚାର କରୁଛନ୍ତି। ସେପଟେ ରାଜନୀତି ସମୀକ୍ଷକ କହିଛନ୍ତି, ଲୋକଙ୍କ ଚାପରେ ୟୁଟର୍ଣ୍ଣ ନେଇଛନ୍ତି ଉଭୟ ଶାସକ ଓ ବିରୋଧୀ ।

MLA Salary

MLA Salary Photograph: (KanakNews)

କନକ ବ୍ୟୁରୋ:  ପୁଣି ଥରେ ପ୍ରମାଣିତ ହୋଇଛି ଜନତା ହିଁ ସବୁଠାରୁ ଶକ୍ତିଶାଳୀ । ଜନ ଅସନ୍ତୋଷ ବଢ଼ିବାରୁ ରାଜ୍ୟରେ ସରକାର ବଦଳିଥିଲା । ଭୁଷୁଡି ପଡ଼ିଥିଲା ବିଜେଡିର ଦୀର୍ଘ ୨୪ବର୍ଷର ଗଡ଼ । ଏକଥାକୁ ଜନତାଙ୍କୁ ଠାରୁ ବେଶ୍ ଭଲଭାବେ ଜାଣନ୍ତି ନେତା । ତେଣୁ ବିଧାୟକଙ୍କ ଦରମା ଓ ଭତ୍ତା ତିନି ଗୁଣା ବୃଦ୍ଧିକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ବଢ଼ୁଥିବାବେଳେ, ପ୍ରଶମିତ କରିବା ପାଇଁ ଶାସକ ଦଳ ପରେ ନରମିଛନ୍ତି ବିରୋଧୀ ଦଳର ନେତା । ବିଧାନସଭାରେ ବିଲକୁ ସମର୍ଥନ କରିଥିଲେ ବି, ୟୁଟର୍ଣ୍ଣ ନେଇ ଦରମା ଓ ଭତ୍ତା ବୃଦ୍ଧି ନିଷ୍ପତ୍ତିର ପୁନଃବିଚାର କରିବା ପାଇଁ ବିଜେଡି ବିଧାୟକମାନେ ଦାବି କରିଛନ୍ତି । କଂଗ୍ରେସ ବିଧାୟକମାନେ ବି ଏହି ପ୍ରସଙ୍ଗରେ ଆଲୋଚନା କରି ନିଷ୍ପତ୍ତି ନେବେ ବୋଲି କହିଛନ୍ତି ।

ଅଧିକ ପଢନ୍ତୁ :ଜନ ଆକ୍ରୋଶ ପରେ ବଦଳିଲା ବିଜେଡିର ଆଭିମୁଖ୍ୟ, ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ ପୁନଃବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ତେବେ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ ବିଜେପି ଓ ବିଜେଡିର ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ପୂର୍ବତନ ବିଧାୟକମାନେ ବି ବର୍ଦ୍ଧିତ ଦରମା ନେବା ପ୍ରସଙ୍ଗରେ ବିଚାର କରୁଛନ୍ତି। ସେପଟେ ରାଜନୀତି ସମୀକ୍ଷକ କହିଛନ୍ତି, ଲୋକଙ୍କ ଚାପରେ ୟୁଟର୍ଣ୍ଣ ନେଇଛନ୍ତି ଉଭୟ ଶାସକ ଓ ବିରୋଧୀ ।  ଦରମା ବୃଦ୍ଧି ନିଷ୍ପତ୍ତିକୁ ପ୍ରଥମରୁ ବିରୋଧ କରିଥିଲେ ସିପିଆଇଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା। ତାପରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବର୍ଦ୍ଧିତ ଦରମା ନେବାକୁ ମନା କରି ଦେଇଥିଲେ । ଗତକାଲି ବିଜେପି ବିଧାୟକମାନେ ବୈଠକ କରି ପୁନଃବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ। ଏବେ ଅପେକ୍ଷା ବର୍ଦ୍ଧିତ ଦରମାରୁ କେତେ କମିବ? 

 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe