କନକ ବ୍ୟୁରୋ : ସୁପର ସଣ୍ଡେରେ ବାରବାଟୀରେ ସୁପର ଫାଇଟ୍। ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବରରେ ପହଞ୍ଚିଲେ ଉଭୟ ଇଣ୍ଡିଆ-ଇଂଲଣ୍ଡ ଟିମ୍ । ଉଭୟ ଦଳର ଖେଳାଳିଙ୍କୁ ବିମାନ ବନ୍ଦରରୁ କଡ଼ା ସୁରକ୍ଷା ବଳୟରେ ହୋଟେଲ ମେ ଫେୟାରକୁ ନିଆଯାଇଛି। ହୋଟେଲ ପରିସରରେ ଖେଳାଳିମାନଙ୍କୁ ଭବ୍ୟ ସ୍ବାଗତ କରାଯାଇଛି ।
ପାରମ୍ପରିକ ନୃତ୍ୟ, ଗୀତ ସାଙ୍ଗକୁ ଶଙ୍ଖନାଦରେ ତାଳେ ତାଳେ ଖେଳାଳିଙ୍କୁ ପାଛୋଟି ନିଆଯାଇଛି । ଆଜି ମେ ଫେୟାରରେ ରାତ୍ରୀଯାପନ ପରେ ଆସନ୍ତାକାଲି ଉଭୟ ଟିମ୍ ନେଟ୍ ପ୍ରାକ୍ଟିସ ନିମନ୍ତେ ବାରବାଟୀ ଷ୍ଟାଡିୟମ ଅଭିମୁଖେ ଯିବେ। ରବିବାର ଉଭୟ ଟିମ୍ ଦ୍ବିତୀୟ ଦିନିକିଆରେ ମୁହାଁମୁହିଁ ହେବେ ।