କନକ ବ୍ୟୁରୋ: ଆମେରିକାକୁ ମିଳିଛି ନୂଆ ରାଷ୍ଟ୍ରପତି । ବିଦ୍ଧିବଦ୍ଧ ଭାବେ ଶପଥ ନେବାରେ ପରେ ଆମେରିକାରେ ଚାଲିବ ଟ୍ରମ୍ପ ସରକାର । କିନ୍ତୁ ଏହା ପୂର୍ବରୁ ନିଜ ମନ୍ତ୍ରୀମଣ୍ଡଳରେ ଟ୍ରମ୍ପ ଯେଉଁ ବିଶ୍ୱସ୍ତ ବ୍ୟକ୍ତିଙ୍କୁ କୁ ବଡ ପଦପଦବୀ ଦେଉଛନ୍ତି ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । କୁହାଯାଉଛି ଟ୍ରମ୍ପ ଆସିବା ପରେ ଭାରତ ଓ ଆମେରିକା ସର୍ମ୍ପକ ଅଧିକ ମଜଭୁତ ହୋଇପାରେ ସେପଟେ ରାଷ୍ଟ୍ରୀୟ ସୁରକ୍ଷା ପରାର୍ମଶଦାତା ଓ ବୈଦେଶିକ ମନ୍ତ୍ରୀ ଚୟନକୁ ମଧ୍ୟ ଉଭୟ ଦେଶର ସର୍ମ୍ପକ ଉପରେ ବଡ ପ୍ରଭାବ ପକାଇବାନେଇ ମତ ପ୍ରକାଶ ପାଉଛି
ଟ୍ରମ୍ପଙ୍କ ନୂଆ ମନ୍ତ୍ରୀକୁ ନେଇ ଚର୍ଚ୍ଚା
ଏନଏସଏ ହେଲେ ମାଇକ ୱାଲଟ
ମାର୍କୋ ରୁବିଓଙ୍କୁ ବୈଦେଶିକ ବିଭାଗ ଦାୟିତ୍ବ
ଭାରତ ଉପରେ କ’ଣ ପଡିବ ପ୍ରଭାବ?
ଶପଥ ନେବା ପୂର୍ବରୁ ସାମ୍ରାଜ୍ୟ ବିସ୍ତାର ପାଇଁ କସରତ ଆରମ୍ଭ କଲେଣି ଡୋନାଲ୍ଡ ଟ୍ରମ୍ପ । ନିକଟରେ ଦୁଇଜଣ ବିଶ୍ବସ୍ତଙ୍କୁ ବଡ ପଦବୀ ସହ ଗୁରୁତ୍ବଦାୟିତ ଦେଇଛନ୍ତି ଟ୍ରମ୍ପ । ଆମେରିକାର ନୂଆ ରାଷ୍ଟ୍ରୀୟ ପରାମର୍ଶଦାତା ହେବେ ମାଇକ ୱାଲଟ ଓ ମାର୍କୋ ରୁବିଓଙ୍କୁ ବିଦେଶୀ ମନ୍ତ୍ରୀ ଦାୟିତ୍ବ ମିଳିଛି । ଯଦି ନଜର ପକାଇବା ମାଇକ ୱାଲଟଜଙ୍କ ଉପରେ ତେବେ
ଟ୍ରମ୍ପଙ୍କ ମନ୍ତ୍ରୀ: ଭାରତର ସମର୍ଥକ,ଚୀନ ବିରୋଧୀ
ନ୍ୟାଶନାଲ ଆର୍ମି ଗାଡ ଅଧିକାରୀ ରହିସାରିଛନ୍ତି
ମାଇକଙ୍କୁ ଭାରତର ସମର୍ଥକ ଓ ଚୀନ କଠୋର ଆଲୋଚକ
ଭାରତ ସମ୍ବନ୍ଧିତ ମାମଲାର ଆମେରିକା ମନ୍ତ୍ରୀ
ଭାରତକୁ ସବୁବେଳେ ସମର୍ଥନ ଜଣାନ୍ତି
ରିପବ୍ଲିକାନର ୩ଥର ସାଂସଦ ଟ୍ରମ୍ପଙ୍କ ବଡ ପ୍ରଶଂସକ
କୋଭିଡ ପାଇଁ ଚୀନକୁ ତ୍ରୀବ ସମାଲୋଚନା
ବେଜିଂ ୱିଟର ଅଲିମ୍ପିକ୍ସ ବହିଷ୍କାର ପାଇଁ ଅପିଲ କରିଥିଲେ
ଅର୍ଥନୀତି ପରାମର୍ଶଦାତା, ହାଉସ ଆର୍ମ ଅଧ୍ୟକ୍ଷ ଥିଲେ
ଆଫଗାନିସ୍ତାନରୁ ଆମେରିକାର ସୈନ୍ୟ ପ୍ରତ୍ୟାହାରକୁ ନେଇ ସେ ବାଇଡେନଙ୍କୁ ଘେରି ଥିଲେ
ୟୁକ୍ରେନକୁ ସମର୍ଥନ କରିବାକୁ ମଧ୍ୟ ସେ ହିଁ ଆହ୍ୱାନ ଦେଇଥିଲେ
ଏବେ ଏନଏସଏ ହେବା ପରେ ପେଣ୍ଟାଗନ ୱେଷ୍ଟନ ୱିଙ୍ଗ ଜରିଆରେ ପୂରା ବିଶ୍ୱ ଉପରେ ନଜର ରଖିବେ । ଆମେରିକା ଓ ଅନ୍ୟ ରାଷ୍ଟ୍ର ମଧ୍ୟରେ କିଭଳି ସନ୍ତୁଳନ ରଖାଯିବ ସେଦିଗରେ କାମ କରିବେ । ଭାରତର ବଡ ସମର୍ଥକ କୁହାଯାଉଥିବା ମାଇକ ହୁଏତ କାନାଡା ଓ ପାକିସ୍ତାନ ବିରୋଧୀ ଗତିବିଧିକୁ ନେଇ ସୁହାଇବା ଭଳି ପଦକ୍ଷେପ ନେଇପାରନ୍ତି । ରାଷ୍ଟ୍ରୀୟ ସୁରକ୍ଷା ପ୍ରସଙ୍ଗ ଦାୟିତ୍ବ ତାଙ୍କ ହାତକୁ ଆସିବା ପରେ ଭାରତ ସହ ଆମେରିକାର ରଣନୀତିକୁ ଅଧିକ ସଶକ୍ତ ଓ ସକାରାତ୍ମକ କରିବାକୁ ମାଇକେଲଙ୍କ ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ ରହିବା ନେଇ ଆଶା କରୁଛନ୍ତି ବୈଦେଶିକ ବିଶେଷଜ୍ଞ ।
ଅନ୍ୟପଟେ ନଜର ପକାଇବା ଆମେରିକାର ନୂଆ ବିଦେଶ ମନ୍ତ୍ରୀ ମାର୍କୋ ରୁବିଓଙ୍କ ଉପରେ । ଭାରତର ଅନ୍ୟତମ ବଡ ପ୍ରଶଂସକ ଓ ସମର୍ଥକ ଭାବେ ଜଣାଶୁଣା । ଯୁଦ୍ଧଠୁ ନେଇ ଚୀନ ପ୍ରସଙ୍ଗରେ ରୁବିଓଙ୍କ ଆଭିମୁଖ୍ୟ ପ୍ରଶଂସନୀୟ ରହିଛି
କୁହାଯାଉଛି ରୁବିଓଙ୍କ ବିଦେଶୀ ନୀତିକୁ ଦେଖି ଟ୍ରମ୍ପ ତାଙ୍କୁ ଗୁରୁଦାୟିତ୍ବ ଦେଇଛନ୍ତି
ଟ୍ରମ୍ପଙ୍କ ମନ୍ତ୍ରୀ: ଭାରତର ସମର୍ଥକ,ଚୀନ ବିରୋଧୀ
ଆମେରିକାର ବିରୋଧୀ ଚୀନ, ଇରାନ ପରି ଦେଶମାନଙ୍କ ପ୍ରତି କଡ଼ା ଆଭିମୁଖ୍ୟ ରଖନ୍ତି
ଭାରତ ସହ ସମ୍ପର୍କକୁ ଅଧିକ ମଜଭୂତ ଦିଗରେ ସମର୍ଥନ ଜଣାନ୍ତି
ପ୍ରତିରକ୍ଷା-ବ୍ୟାପର ସର୍ମ୍ପକକୁ ଅଧିକ ଦୃଢ଼ କରିବାକୁ ଚାହାଁନ୍ତି
ହିନ୍ଦ ମହାସାଗରରେ ଚୀନର ଦବଦବାକୁ ବିରୋଧ
ଟ୍ରମ୍ପଙ୍କ ବାମ ଓ ଡାହାଣ ହାତ ପରି କାମ କରିବେ ମାଇକ ଓ ମାର୍କୋ । ଉଭୟଙ୍କୁ ଟ୍ରମ୍ପ ଯେଉଁ ଦାୟିତ୍ବ ଦେଇଛନ୍ତି ତା କେବଳ ଆମେରିକାର ସ୍ଥିତିକୁ ମଜଭୂତ କରିବନି ବଂର ଭାରତ ସହ ଅନ୍ୟ ମିତ୍ର ଦେଶଙ୍କ ସହ ସମ୍ପର୍କକୁ ଅଧିକ ଦୃଢ଼ କରିବ ବୋଲି ଆଶା ରଖାଯାଇଛି । ଅନ୍ୟପଟେ ଚୀନର ବିସ୍ତାରବାଦୀ ନୀତି ବିରୋଧରେ ମାଇକ ଓ ମାର୍କୋଙ୍କ ରଣନୀତି ମଧ୍ୟ ଆକ୍ରାତ୍ମକ ରହିପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/media_files/2024/11/12/qGMDaUnic3vNqEJJhpVb.jpg)