ଯୁଦ୍ଧବିରାମ ପାଇଁ ସହମତି: ସୀମାରେ ଫେରୁଛି ଶାନ୍ତି, ଗ୍ରାଉଣ୍ଡ ଜିରୋରୁ ସ୍ଥିତି ପରଖିଲା କନକ ନ୍ୟୁଜ୍

ଶୁଭିନି ଗୁଳିଗୋଳାର ଶବ୍ଦ। ସ୍ବାଭାବିକ ହେଉଛି ଭାରତର ଭୂସ୍ବର୍ଗ । ଦୀର୍ଘ ୫ ଦିନ ଧରି ସୀମା ସେପାରିରୁ ହେଉଥିବା ଗୁଳିମାଡ଼ରେ ଅସ୍ତବ୍ୟସ୍ତ ହୋଇପଡ଼ୁଥିଲା ଜୀବନ । ଘରୁ ପଦାକୁ ବାହାରିବା ମୁସ୍କିଲ ହୋଇ ପଡ଼ୁଥିଲା ।

vlcsnap-2025-05-12-19h55m07s551

କନକ ବ୍ୟୁରୋ: ସୀମା ସେପାରିରୁ ଗୁଳି ଶୁଭୁନି ତଥାପି ମନରୁ ଭୟ ହଟୁନି । କାରଣ ସୈତାନ ପାକିସ୍ତାନକୁ ସହଜରେ ବିଶ୍ବାସ କରି ହେଉନି । ଉଭୟ ଦେଶ ଯୁଦ୍ଧବିରାମ ପାଇଁ ସହମତି ଦେଇଛନ୍ତି । କିନ୍ତୁ ପଛରୁ ଛୁରୀ ମାରିବା ଅଭ୍ୟାସ ପାକିସ୍ତାନର ରହିଛି । ଯୁଦ୍ଧବିରାମ ପରେ ସୀମାବର୍ତ୍ତୀ ଅଞ୍ଚଳର ଲୋକଙ୍କ ସଂଘର୍ଷକୁ କନକ ନ୍ୟୁଜ୍ କ୍ୟାମେରାରେ କଏଦ କରିଛନ୍ତି ଆମ ପ୍ରତିନିଧି ବିଭୂତି ପତି । 

ଶୁଭିନି ଗୁଳିଗୋଳାର ଶବ୍ଦ। ସ୍ବାଭାବିକ ହେଉଛି ଭାରତର ଭୂସ୍ବର୍ଗ । ଦୀର୍ଘ ୫ ଦିନ ଧରି ସୀମା ସେପାରିରୁ ହେଉଥିବା ଗୁଳିମାଡ଼ରେ ଅସ୍ତବ୍ୟସ୍ତ ହୋଇପଡ଼ୁଥିଲା ଜୀବନ । ଘରୁ ପଦାକୁ ବାହାରିବା ମୁସ୍କିଲ ହୋଇ ପଡ଼ୁଥିଲା । ପଦାକୁ ବାହାରିଲେ ଶତ୍ରୁ ପକ୍ଷରୁ ଗୁଳିମାଡ଼ରେ ଅକାରଣରେ ଜୀବନ ଯିବାର ଭୟ ରହିଥିଲା। କିନ୍ତୁ ଉଭୟ ଭାରତ-ପାକିସ୍ତାନ ଅସ୍ତ୍ରବିରତି ପାଇଁ ସହମତି ଦେବା ପରେ ଧୀରେଧୀରେ ସ୍ବାଭାବିକ ହେଉଛି ସୀମାବର୍ତ୍ତୀ ଅଞ୍ଚଳର ସ୍ଥିତି । ହେଲେ ଘର ଗୁଡିକରେ ଥିବା ଗୁଳି ଚିହ୍ନ ଦେଖିଲେ ପୁଣିଥରେ ସ୍ଥାନୀୟ ବାସିନ୍ଦାଙ୍କ ମନରେ ଭୟ ସୃଷ୍ଟି ହେଉଛି । ପାକ୍ ସୀମାକୁ ଲାଗି ରହିଥିବା ପୁଞ୍ଝ ଓ ରଜୌରୀ ସୀମାନ୍ତ ଗାଁରେ ପହଞ୍ଚି ସ୍ଥିତି ପରଖିଛି କନକ ନ୍ୟୁଜ ।  

କେବଳ ପୁଞ୍ଛ, ରଜୌରୀରେ ନୁହେଁ ସୀମାନ୍ତବର୍ତ୍ତୀ ଅନ୍ୟ ଅଞ୍ଚଳରେ ମଧ୍ୟ ଧୀରେଧୀରେ ସ୍ବାଭାବିକ ହେଉଛି ସ୍ଥିତି । ଉରୀ, ନୌସେରା ଅଞ୍ଚଳରେ ଘରକୁ ଫେରୁଛନ୍ତି ଲୋକେ । ଅପରେସନ ସିନ୍ଦୂର ଓ ପରବର୍ତ୍ତୀ ସମୟରେ ପାକ୍ ସେନାକୁ ମୁହଁତୋଡ ଜବାବ ଦେବା ପରେ ସୁରକ୍ଷା ବାହିନୀ ଉପରେ ସ୍ଥାନୀୟ ବାସିନ୍ଦାଙ୍କର ଭରସା ଦ୍ବିଗୁଣିତ ହୋଇଛି । ଆତଙ୍କବାଦର ମୂଳୋତ୍ପାଟନ ସହ ଶତ୍ରୁ ଦେଶ ପାକିସ୍ତାନ ଉପରେ ଆହୁରି କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରୁଛନ୍ତି ସ୍ଥାନୀୟ ଲୋକ । 
 
ଅସ୍ତ୍ରବିରତି ପାଇଁ ସହମତି ହେବା ପରେ ପାକ୍ ପକ୍ଷରୁ ଗୁଳିମାଡ ହୋଇଥିଲା । ଯାହାର ମୁହଁତୋଡ ଜବାବ ଦେଇଥିଲା ଭାରତ । ପୁର୍ନବାର ଅସ୍ତ୍ରବିରତି ଉଲ୍ଲଂଘନ କଲେ ଭୟାବହ ପରିଣାମ ଭୋଗିବାକୁ ପାକିସ୍ତାନକୁ ଚେତାଇ ଦେଇଥିଲା ଭାରତ । ଏଭଳି ଧମକ ପରେ ସୀମାରେ ଶାନ୍ତି ଫେରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe