କନକ ବ୍ୟୁରୋ : ପୁଣି ଗୁଗୁଲ କଲା ବାଟବଣା । ଗୁଗୁଲ ମ୍ୟାପ ସାହାଯ୍ୟରେ ନେପାଳ ଯାଉଥିଲେ ଫ୍ରାନ୍ସ ଟୁରିଷ୍ଟ। ବରେଲିରେ ହେଲେ ବାଟବଣା । ଚୁରୈଲି ଡ୍ୟାମ ପାଖରେ ପହଞ୍ଚିଗଲେ ପର୍ଯ୍ୟଟକ । ଅନ୍ଧାର ରାତି ପୁଣି ଗୁଗୁଲ ମ୍ୟାପର ସାହାରାରେ ମାଡି ଚାଲିଥିଲେ। ହେଲେ କିଏ ଜାଣିଥିଲା ଗୁଗୁଲ ମ୍ୟାପ କରିବ ବାଟବଣା। ଗୁଗୁଲ ମ୍ୟାପର ଭୁଲ ନିର୍ଦ୍ଦେଶ ଯୋଗୁଁ ଭୁଲ ବାଟରେ ପଳେଇଲେ ଟୁରିଷ୍ଟ । ଶେଷରେ ପୋଲିସର ସାହାର୍ଯ୍ୟରେ ସୁରକ୍ଷିତ ଭାବେ ଠିକ୍ ସ୍ଥାନରେ ପହଞ୍ଚିଥିଲେ ଟୁରିଷ୍ଟ । ତେବେ ଘଟଣାଟି ଥିଲା ଏହି ପ୍ରକାରର । ଦିଲ୍ଲୀରୁ କାଠମାଣ୍ଡୁ ପାଇଁ ସାଇକେଲରେ ବାହାରିଥିଲେ ଦୁଇ ଫ୍ରାନ୍ସର ଟୁରିଷ୍ଟ । ଗୁଗୁଲ ମ୍ୟାପ ସାହାଯ୍ୟରେ ବାହାରିପଡିଥିଲେ ଦୁଇ ପର୍ଯ୍ୟଟକ । କିନ୍ତୁ ଗୁଗଲ ପହଞ୍ଚାଇଦେଲା ଡ୍ୟାମ କୂଳରେ ।
ଦୁଇ ବିଦେଶୀ ପର୍ଯ୍ୟଟକଙ୍କୁ ଗ୍ରାମବାସୀ ଏପରି ଅବସ୍ଥାରେ ଦେଖି ତାଙ୍କ ନିକଟକୁ ଯାଇ ଘଟଣା ସମ୍ପର୍କରେ ବୁଝିଥିଲେ। ଆଉ ପୋଲିସ୍ କୁ କବର ଦେଇଥିଲେ । ପୋଲିସ ଆସିବା ପରେ ଦୁଇ ଜଣଙ୍କୁ ଗ୍ରାମର ମୁଖିଆଙ୍କ ଘରେ ରଖିଥିଲେ । ସକାଳୁ ସେମାନଙ୍କୁ ଠିକ୍ ରାସ୍ତା କହି ଦେଖାଇ ପଠାଇଥିଲେ । ସେଥିପାଇଁ ପୋଲିସ୍ ତରଫରୁ ଗାଇଡଲାଇନ୍ ଏବଂ ଆବଶ୍ୟକୀୟ ସୂଚନା ପ୍ରଦାନ କରାଯାଇଥିଲା ଦୁଇ ପର୍ଯ୍ୟଟକଙ୍କୁ । ସାହାଯ୍ୟ ପାଇଁ ଫ୍ରାନ୍ସ ପର୍ଯ୍ୟଟକ ପୋଲିସ୍ ଏବଂ ଗ୍ରାମବାସୀଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ ।
ଏନେଇ ବରେଲି ପୋଲିସ୍ ସୋସିଆଲ ମିଡିଆ ଏକ୍ସରେ ଏହା ଟୁଇଟ୍ କରି ସୂଚନା ଦେଇଛନ୍ତି । ରିପୋର୍ଟ ଅନୁସାରେ ଏହି ଦୁଇ ପର୍ଯ୍ୟଟକ ଫ୍ରାନ୍ସରୁ ୭ ଜାନୁଆରୀରେ ଫ୍ଲାଇଟ୍ ଯୋଗେ ଦିଲ୍ଲୀରେ ପହଞ୍ଚିଥିଲେ । ଏାମନଙ୍କୁ ପିଲଭୀତ ରାସ୍ତା ଦେଇ କାଠମାଣ୍ଡୁ ପର୍ଯ୍ୟନ୍ତ ସାଇକେଲରେ ଯିବାର ଯୋଜାନ ଥିଲା । କିନ୍ତୁ ଅଧାରାସ୍ତାରେ ଧୋକା ଦେଇଦେଲା ଗୁଗୁଲ । ତେବେ ପୂର୍ବରୁ ମଧ୍ୟ ଗୁଗୁଲ ମ୍ୟାପ ବାଟ ବଣା କରୁଥିବା ଅନେକ ଖବର ଆସିଛି। ଆଜିକାଲି ଅଜଣା ସ୍ଥାନକୁ ଯିବା ଲାଗି ଗୁଗୁଲ ମ୍ୟାପ୍ ର ବହୁଳ ବ୍ୟବହାର କରୁଛନ୍ତି ଦେଶୀ ବିଦେଶୀ। ଲୋକମାନଙ୍କର ଏହା ପ୍ରଥମ ପସନ୍ଦ ପାଲଟିଛି ମଧ୍ୟ । କିନ୍ତୁ କେବେ କେବେ ସାଥ୍ ଦେଉନି ଗୁଗୁଲ। ଯେଉଁଥିବା ଲୋକେ ହଟହଟା ହେବା ସହ ସମସ୍ୟାରେ ପଡି ଯାଉଛନ୍ତି । ତଥାପି ସଚେତନ ହେଉନାହାଁନ୍ତି ଲୋକେ ।