/kanak/media/media_files/2024/12/20/cWZnnMyp1JDss2N26UAi.jpg)
କନକ ବ୍ୟରୋ: ପରିବା ଆମ ସ୍ବାସ୍ଥ୍ୟ ପାଇଁ ବୁହତ ଲାଭଦାୟକ । ସତେଜ ପରିବା ଖାଇଲେ ଶରୀର ସୁସ୍ଥ ରହିଥାଏ । ତେବେ ଶୀତଦିନେ ପ୍ରାୟତଃ ମାର୍କେଟରେ ସତେଜ ସତେଜ ପରିବା ମିଳିଥାଏ । ସେଥିମଧ୍ୟରୁ କୋବି ପ୍ରାୟତଃ ସମସ୍ତଙ୍କ ପସନ୍ଦ ଥାଏ ।
/kanak/media/media_files/2024/12/20/bRq4H7BmcfFZTZfbTzNd.jpg)
କାରଣ ଏହି ଋତୁରେ ଫୁଲ କୋବିର ସ୍ବାଦ ମଧ୍ୟ କିଛି ନିଆରା ଥାଏ । ଆଉ ଯଦି ବଜାରରେ ଫୁଲ କୋବି ସହ ବ୍ରୋକଲୀ କୁ ଏକାସାଙ୍ଗେ ଦେଖିବାକୁ ମିଳେ ତେବେ ଦ୍ବନ୍ଦରରେ ପଡିଯାଅନ୍ତି ଗ୍ରାହକ, କାହାକୁ କିଣିକି ନେବେ । କାରଣ ବ୍ରୋକଲୀ ଏବଂ ଫୁଲକୋବି ଦେଖିବାକୁ ଏକା ପରି । ଏଥିରେ କିଛି ସନ୍ଦେହ ନାହିଁ ଯେ ଫୁଲକୋବି ଏବଂ ବ୍ରୋକଲୀ ଦୁଇଟା ଯାକ ସ୍ବାସ୍ଥ୍ୟପାଇଁ ହିତକାରକ ।
/kanak/media/media_files/2024/12/20/aIuIUFCGQdqB3RtBNq6g.jpg)
କଞ୍ଚା ବ୍ରୋକଲୀ
ଏହି ଦୁଇଟି ପରିବାରେ କାର୍ବୋହାଇଡ୍ରେଟ କମ ଏବଂ ଆଣ୍ଟି ଅକ୍ସିଡେଣ୍ଟ ଏବଂ ଅନ୍ୟ ପୋଷକ ତତ୍ତ୍ବ ଭରପୁର ମାତ୍ରାରେ ମିଳିଥାଏ । ତେବେ ଖାଉଟି ଦ୍ବନ୍ଦରେ ପଡିଯାଅନ୍ତି ଯେ ବ୍ରୋକଲୀ ଏବଂ ଫୁଲ କୋବି ମଧ୍ୟରୁ କେଉଁଟା ଅଧିକ ସ୍ବାସ୍ଥ୍ୟକାରକ । ଗୋଟିଏ କପ କଞ୍ଚା ବ୍ରୋକଲୀରେ କ୍ୟାଲୋରୀ ୩୧, ପ୍ରୋଟିନ୍ ୨ ଗ୍ରାମ, ଫ୍ୟାଟ ୦, କାର୍ବୋହାଇଡ୍ରେଟ ୬ ଗ୍ରାମ, ସୁଗାର ୨ ଗ୍ରାମ, ସୋଡିୟମ ୨୯ ମିଲିଗ୍ରାମ ।
/kanak/media/media_files/2024/12/20/xulYQAxMEK37aTlV4nbf.jpg)
/kanak/media/media_files/2024/12/20/1bpJbDxpC40E5Y9WVbBR.jpg)
କଞ୍ଚା ଫୁଲକୋବି
ଗୋଟିଏ କପ କଞ୍ଚା ଫୁଲକୋବିରେ କ୍ୟାଲୋରୀ ୨୭, ପ୍ରୋଟିନ୍ ୨ ଗ୍ରାମ, ଫ୍ୟାଟ ୦, କାର୍ବୋହାଇଡ୍ରେଟ ୫ ଗ୍ରାମ, ସୁଗାର ୨ ଗ୍ରାମ, ଫାଇବର ୨ ଗ୍ରାମ, ସୋଡିୟମ ୩୨ ମିଲିଗ୍ରାମ ।
/kanak/media/media_files/2024/12/20/yCVFM3mFpFeKhsuXFxIA.jpg)
ଫୁଲକୋବିରେ ଭିଟାମିନ A,C ଏବଂ K ବ୍ରୋକଲୀ ଅପେକ୍ଷା କମ ଥାଏ। ଫୁଲକୋବିରେ ବହୁତ କମ ଥାଏ ଭିଟାମିନ୍ A ଏବଂ ଭିଟାମିନ୍ K । ଏହା କେବଳ ୨୦ ପ୍ରତିଶତ ରହିଥାଏ । ତେବେ ଫୁଲକୋବି ତୁଳନାରେ ବ୍ରୋକଲୀରେ ଅଧିକ ପୋଟାସିୟମ ରହିଥାଏ ।
/kanak/media/media_files/2024/12/20/smi3KzZL0ePTtuAKCqiA.jpg)
ବାସ୍ତବରେ ଏହି ଦୁଇଟି ପରିବାରେ ପୋଷକ ତତ୍ତ୍ବ ଭରପୁର ମାତ୍ରାରେ ରହିଥାଏ । କିନ୍ତୁ ବ୍ରୋକଲୀ ଆମ ଆଖିର ଜ୍ୟୋତି ପାଇଁ ଖୁବ୍ ଲାଭଦାୟକ । ବ୍ରୋକଲୀରେ ଫୁଲକୋବିଠାରୁ ଅଧିକ ଲାଭଦେଉଥିବା ହେଲଦି ଫ୍ୟାଟ ରହିଥାଏ । ଏଥିସହିତ ବ୍ରୋକଲୀରେ ଫାଇବର ଏବଂ ନ୍ୟୁଟ୍ରିଶନ ଅଧିକ ରହିଥାଏ ।