କନକ ବ୍ୟୁରୋ : ବିବାହ ସ୍ଥିର ହୋଇଯାଇଛି । ଉଭୟଙ୍କ ମନରେ ଖୁସି ନକହିଲେ ଭଲ । ଧୁମଧାମରେ ବିବାହ ହେବ । ବାଜା, ରୋଷଣି, ନାଚଗୀତରେ ଦୁଲୁକିବ ବାହାଘର । ସାଙ୍ଗସାଥି ଏବଂ ବନ୍ଧୁ ପରିଜନଙ୍କ ସହ ଘର ପୁରି ଉଠିବ । ଏଭଳି ଅନେକ ସ୍ୱପ୍ନ ନେଇ ଅପେକ୍ଷା କରିଥାନ୍ତି କପୁଲ । ପୁଅ ତୁର୍କିରେ ଚାକିରି କରୁଥିଲେ । ଝିଅ ଥିଲେ ହିମାଚଳରେ । ଏହାରି ମଧ୍ୟରେ କନ୍ୟାର ଜେଜେଙ୍କ ଦେହ ହଠାତ୍ ଅସୁସ୍ଥ ହୋଇପଡିଲା । ଆଉ ଜେଜେଙ୍କ ଶେଷ ଇଛା ଯେ ନାତୁଣିର ବାହାଘର ଶୀଘ୍ର ଦେଖିବି । ତେଣୁ ଶୀଘ୍ର ବିବାହ କରିବାକୁ ନିଷ୍ପତ୍ତି ନେଲେ ପରିବାର ଲୋକେ । ସେହି ହିସାବରେ କନ୍ୟା ଘରର ନିଷ୍ପତ୍ତି ସହ ବର ପକ୍ଷର ଲୋକେ ମଧ୍ୟ ଏକମତ ହୋଇଗଲେ । ଏବଂ ପୁଅକୁ ଫୋନ୍ କରି କହିଲେ ଛୁଟି ଆଣି ଭାରତ ଆସିବାକୁ ।
ବିବାହ କରିବାକୁ ଯାଉଥିବା ଯୁବକ ଜଣଙ୍କ ସେହି ହିସାବରେ ଭାରତ ଆସିବାର ପୁରା ଯୋଜନା କରିସାରିଥିଲେ । କିନ୍ତୁ ଶେଷ ମୁହୂର୍ତ୍ତରେ ଅଫିସ୍ ରୁ ଛୁଟି ମିଳିଳା ନାହିଁ । ତେଣୁ ବାଧ୍ୟ ହୋଇ ପରିବାର ଲୋକଙ୍କ ସହମତିରେ ଭିଡିଓ କଲରେ ବାହାଘର ହୋଇଥିଲା । ଭିଡିଓ କଲରେ କାଜି ଉପସ୍ଥିତ ରହି ସମସ୍ତ ରିତିନିତି ଅନୁସାରେ ବିବାହ କାର୍ଯ୍ୟ ସମ୍ପନ୍ନ କରିଥିଲେ । ବାସ୍ତବରେ ବିବାହ ସବୁ କପଲଙ୍କ ପାଇଁ ଏକ ସ୍ୱତନ୍ତ୍ର ଅନୁଭୂତି । ସବୁ ଯୋଡି ଚାହାଁନ୍ତି ସେମାନଙ୍କ ବିବାହକୁ ଅବିସ୍ମରଣୀୟ କରିବା ପାଇଁ । କେହିବି ଚାହିଁବେନି ତାଙ୍କ ଜୀବନର ସୁନ୍ଦର ମୂହୁର୍ତ୍ତ ଭିଡ଼ିଓ କଲରେ ସିମିତ ହେଇଯାଉ । କାରଣ ସବୁ ଯୋଡି ଚାହାଁନ୍ତି ବହୁ ଧୁମ୍ ଧାମ୍ ରେ ତାଙ୍କ ବିବାହ ସମ୍ପନ୍ନ ହେଉ । କିନ୍ତୁ ଅଫିସ୍ ଛୁଟି ନଦେବାରୁ ବାଧ୍ୟ ହୋଇ ଭିଡିଓକଲରେ ବିବାହ କରିଲେ ହିମାଚଳ ପ୍ରଦେଶର ଏହି କପଲ । ଯାହାର ଖୁବ ଚର୍ଚ୍ଚା ହେଉଛି ଯେ, ବାଧ୍ୟବାଧକତାରେ ନିଜ ଇଛାକୁ ମାରି ଭିଡିଓ କଲରେ ବିବାହ କରିନେଲେ ଯୋଡି ।