କନକ ବ୍ୟୁରୋ : ରାକ୍ଷୀପୂର୍ଣ୍ଣିମା ଅବସରରେ ଦେଶରେ ଉଲ୍ଲାସର ମାହୋଲ । ଏହି ଅବସରରେ ରାଜନେତା ମାନେ ବି ପାଳିଛନ୍ତି ରାକ୍ଷୀ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ହାତରେ କୁନି କୁନି ଛୁଆଙ୍କଠୁ ନେଇ ବିଭିନ୍ନ ସାମାଜିକ ସଂଠନର ସଦସ୍ୟା ରାକ୍ଷୀ ବାନ୍ଧିଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ପିୟୂଷ  ଗୋଏଲ ମଧ୍ୟ ରାକ୍ଷୀ ବାନ୍ଧିଛନ୍ତି । ଦିଲ୍ଲୀ ବାଣିଜ୍ୟଭବନରେ ଆୟୋଜିତ କାର୍ଯ୍ୟକ୍ରମରେ  ସ୍କୁଲ ଛୁଆଙ୍କ ସମେତ ବିଭିନ୍ନ ସଂଗଠନର ମହିଳା ସଦସ୍ୟା ସାମିଲ ହୋଇଛନ୍ତି ।  ସେହିପରି ହରିଆଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସୈନି ମଧ୍ୟ ହାତରେ ରକ୍ଷା ସୁତ୍ର ବାନ୍ଧିଛନ୍ତି । ହରିୟାଣାର ବିଭିନ୍ନ ସ୍କୁଲର ଛାତ୍ରୀ ପହଁଚି ମୁଖ୍ୟମନ୍ତ୍ରୀଙ୍କ ହାତରେ ବାନ୍ଧି ସୁରକ୍ଷା ପ୍ରତିଶ୍ରୁତି ନେଇଛନ୍ତି ।

Advertisment

ସୀମାରେ ଜଗି ରହିଛନ୍ତି ଯୱାନ । ଶତ୍ରୁଙ୍କ କବଳରୁ ଦେଶକୁ ସୁରକ୍ଷିତ ରଖିବାକୁ ପ୍ରତିଶ୍ରୁତିବଦ୍ଧ ଭାରତୀୟ ଯବାନ । ପ୍ରତ୍ୟେକ ଦେଶବାସୀ ବୀର ଯୱାନଙ୍କ ପାଇଁ ନିଶ୍ଚିନ୍ତରେ ଶୋଇପାରୁଛନ୍ତି । ତେଣୁ ରାକ୍ଷିରେ ଜମ୍ମୁକାଶ୍ମୀର ସୀମାବର୍ତ୍ତୀ ଗ୍ରାମବାସୀର ମହିଳାମାନେ ପହଁଚିଛନ୍ତି ସେନା କ୍ୟାମ୍ପରେ । ସେନା ଯବାନଙ୍କ ହାତରେ ପ୍ରତିଶ୍ରୁତି, ସୁରକ୍ଷା ଓ ସମ୍ମାନ ତଥା ଭଲପାଇବାର ରାକ୍ଷୀ ବାନ୍ଧିଛନ୍ତି । କେବଳ ଜଣେ ଭଉଣୀ ସାଜି ଭାଇଠୁ ରକ୍ଷା ପ୍ରତିଶ୍ରୁତୀ ମାଗିନାହାଁନ୍ତି ବଂର ଦରକାର ପଡିଲେ ଭାଇକୁ ମଧ୍ୟ ସୁରକ୍ଷା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ପ୍ରକୃତିର ତାଣ୍ଡବରେ ଧରାଶାୟୀ ଧରାଲିରୁ ଆସିଛି ହୃଦୟ ସ୍ପର୍ଶୀ ଦୃଶ୍ୟ । ଛାରଖାର ହୋଇଛି ସୌନ୍ଦଯ୍ୟଭରା ଗାଁ । ଦୋକାନ ବଜାର ଘରଦ୍ବାରା ସବୁ କିଛି ଭାସିଯାଇଛି । ଯେତେବେଳେ ବନ୍ୟା ସ୍ଥିତି ପରଖିବାକୁ ମୁଖ୍ୟମନ୍ତ୍ରୀ ଧରାଲି ଗାଁରେ ପହଁଚିଥିଲେ ତାଙ୍କୁ ପାଖରେ ପାଇ ଭାବବିହ୍ବଳ ହୋଇପଡିଥିଲେ ଜଣେ ମହିଳା ପର୍ଯ୍ୟଟକ  ।  ଦୋକାନ ବଜାର ଭାସିଯାଇଥିବାରୁ ରାଖୀ  ଖଣ୍ଡେ ପାଇନଥିଲେ ଗୁଜରାଟର ଏହି ମହିଳା ।  ତେଣୁ ନିଜ ଶାଢ଼ୀକାନି ଚିରି ମୁଖ୍ୟମନ୍ତ୍ରୀଙ୍କ ହାତରେ ବାନ୍ଧିଥିଲେ ରାଖୀ । ବିପତ୍ତି ସମୟରେ ସାହାଯ୍ୟ ଓ ସହଯୋଗ ପାଇଁ ଧନ୍ୟବାଦ ଜଣାଇବା ସହ ଉତ୍ତରାଖଣ୍ଡବାସୀଙ୍କୁ ସୁରକ୍ଷିତ ରଖିବାକୁ ପ୍ରତିଶ୍ରୁତି ନେଇଥିଲେ ମହିଳା । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପରେ ଭାବବିହ୍ବଳ ହୋଇପଡିଛନ୍ତି ୟୁଜରର୍ସ ।