କନକ ବ୍ୟୁରୋ: ଆଜିଠୁ ଆରମ୍ଭ ହେଉଛି ବର୍ଡର-ଗାଭାସ୍କର ସିରିଜ । ପର୍ଥର ଅପଟସ୍ ଷ୍ଟାଡିୟମରେ ଭାରତୀୟ ସମୟ ସକାଳ ୭ଟା ୫୦ରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଆରମ୍ଭ ହୋଇଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ଭାରତ। ପ୍ରଥମଥର ପାଇଁ ଜସପ୍ରିତ୍ ବୁମରାଙ୍କ ନେତୃତ୍ୱରେ ଭାରତ ପଡିଆକୁ ଓହ୍ଲାଇଛି। 

Advertisment

ଅପଟସ୍ ଷ୍ଟାଡିୟମରେ ଟସ୍ ସବୁବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ପ୍ରଥମେ ବ୍ୟାଟିଂ କରିଥିବା ଦଳ ସବୁବେଳେ ମ୍ୟାଚ୍ ଜିତିଛି । ଅପଟସ୍ ଷ୍ଟାଡିୟମରେ ବର୍ତ୍ତମାନ ସୁଦ୍ଧା ୪ଟି ଟେଷ୍ଟ ମ୍ୟାଚ ଖେଳାଯାଇଛି । କଙ୍ଗାରୁ ଟିମ୍ ସମସ୍ତ ୪ଟି ମ୍ୟାଚରେ ଟସ୍ ଜିତିଛି ଏବଂ ପ୍ରଥମେ ବ୍ୟାଟିଂ କରି ମ୍ୟାଚ ମଧ୍ୟ ଜିତିଛି । ଏହି ଟେଷ୍ଟରେ ଭାରତ ଟସ୍ ଜିତିଥିବାରୁ ପଲା ଭାରି ରହିବ । ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ଟିକେଟ୍ ପାଇଁ ଭାରତ ପାଖରେ ଶେଷ ସୁଯୋଗ ରହିଛି । ଡବ୍ଲ୍ୟୁଟିସି ଫାଇନାଲ୍ ଖେଳିବାକୁ ହେଲେ ଭାରତକୁ ଚଳିତ ବର୍ଡର-ଗାଭାସ୍କର ଟ୍ରଫିକୁ ୪-୦ରେ ଜିତିବାକୁ ହେବ । 

ପୁଅ ଜନ୍ମ ପାଇଁ ପର୍ଥ ଟେଷ୍ଟ୍‌ରୁ ଓହରି ଯାଇଥିବା ଭାରତୀୟ କ୍ରିକେଟ୍ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା ଏହି ମ୍ୟାଚର ତୃତୀୟ ଦିନ ଅର୍ଥାତ୍ ରବିବାର ଦଳ ସହ ଯୋଗଦେବେ । ଏହା ପରେ ଆଡିଲେଡରେ ଖେଳାଯିବାକୁ ଥିବା ପିଙ୍କ୍‌ ବଲ୍ ଟେଷ୍ଟ୍ ସହିତ ୫ଟିକିଆ ଟେଷ୍ଟ ସିରିଜର ଅବଶିଷ୍ଟ ମ୍ୟାଚ୍‌ଗୁଡ଼ିକ ଖେଳିବେ।