ମହାରାଷ୍ଟ୍ର, ଝାଡଖଣ୍ଡ ନିର୍ବାଚନ ସରିବା ପରେ ଏବେ ବୁଥ ବାହୁଡା ମତ ଉପରେ ନଜର । ଅଧିକାଂଶ ଏକଜିଟ ପୋଲର ଆକଳନ, ମହାରାଷ୍ଟ୍ରରେ ବିଜେପି ନେତୃତ୍ବାଧୀନ ମହାୟୁତିଙ୍କୁ ମିଳିପାରେ ବହୁମତ

Advertisment

ହାରାଷ୍ଟ୍ର ନିର୍ବାଚନକୁ ଦେଖିଲେ ରାଜ୍ୟରେ, ମହାୟୁତି କ୍ଷମତା ବଜାୟ ରଖିବାକୁ ଚେଷ୍ଟା କରୁଥିବାବେଳେ ବିରୋଧୀ ଦଳ ମହା ବିକାଶ ଅଘାଡି ମେଣ୍ଟ ଏକ ଶକ୍ତିଶାଳୀ ପ୍ରତ୍ୟାବର୍ତ୍ତନ ପାଇଁ ଆଶା ରଖିଛନ୍ତି ।

ହାରାଷ୍ଟ୍ର ନିର୍ବାଚନକୁ ଦେଖିଲେ ରାଜ୍ୟରେ, ମହାୟୁତି କ୍ଷମତା ବଜାୟ ରଖିବାକୁ ଚେଷ୍ଟା କରୁଥିବାବେଳେ ବିରୋଧୀ ଦଳ ମହା ବିକାଶ ଅଘାଡି ମେଣ୍ଟ ଏକ ଶକ୍ତିଶାଳୀ ପ୍ରତ୍ୟାବର୍ତ୍ତନ ପାଇଁ ଆଶା ରଖିଛନ୍ତି ।

Buthbahuda mata

କନକ ବ୍ୟୁରୋ : ମହାରାଷ୍ଟ୍ର ନିର୍ବାଚନକୁ ଦେଖିଲେ ରାଜ୍ୟରେ, ମହାୟୁତି କ୍ଷମତା ବଜାୟ ରଖିବାକୁ ଚେଷ୍ଟା କରୁଥିବାବେଳେ ବିରୋଧୀ ଦଳ ମହା ବିକାଶ ଅଘାଡି ମେଣ୍ଟ ଏକ ଶକ୍ତିଶାଳୀ ପ୍ରତ୍ୟାବର୍ତ୍ତନ ପାଇଁ ଆଶା ରଖିଛନ୍ତି । ମହାୟୁତିର ମହାମେଣ୍ଟର ଭାଜପା ୧୪୯ଟି ଆସନରେ, ଶିବସେନା ୮୧ଟି ଆସନରେ ଏବଂ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ୫୯ଟି ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ହୋଇଛନ୍ତି । ମେଣ୍ଟସାଥୀଙ୍କ ପାଇଁ ଉଭୟ ମହାୟୁତି ଓ ମହାବିକାଶ ଅଘାଡି ଶେଷ ମୁହୁର୍ତ୍ତ ପର୍ଯ୍ୟନ୍ତ ହରଡଘଣାରେ  ପଡିଥିଲେ । ତେବେ ହାଇପ୍ରୋଫାଇଲ ଆସନରୁ ହାଇପ୍ରୋଫାଇଲ ଚେହେରାଙ୍କ ଭିତରେ ଏଥରକ ରୋଚକ ଲଢ଼େଇ  ଦେଖିବାକୁ ମିଳିଛି । କୋପରୀ ପଚପୋଖଡିର ଆସନରୁ ଲଢ଼ିଛନ୍ତି ଏକନାଥ ସିନ୍ଦେ, ସାଉଥ-ୱେଷ୍ଟ ନାଗପୁରରୁ ଦେବେନ୍ଦ୍ର ଫଡନାବିସ, ବାରାମତିରୁ ଏନସିପିରୁ ଅଜିତ ପାୱାର, ଓର୍ଲିରୁ ଉଦ୍ଧବ ସେନାର ଆଦିତ୍ୟ ଠାକରେଙ୍କ ସହ  ସିନ୍ଦେ ସେନାର ମିଲିନ୍ଦ ଦେଓରାଙ୍କ ପ୍ରତିଦ୍ବନ୍ଦିତା ହୋଇଛି  ।  ସାକୋଲି ଆସନରୁ କଂଗ୍ରେସରୁ ନାନା ପାଟୋଲେ ଲଢୁଛନ୍ତି । ମହାବିକାଶ ଅଘାଡିରେ କଂଗ୍ରେସ ୧୦୧, ଶିବସେନା ୟୁବିଟି ୯୫, ଏବଂ ଏନସିପି ଶରଦ ପାୱାର ୮୬ ଜଣ ପ୍ରାର୍ଥୀ ଦେଇଛନ୍ତି । ବିଏସପି ୨୩୭ଜଣ ପ୍ରାର୍ଥୀ ଏବଂ ଏଆଇଏମଏମ ୧୭ ଜଣ ପ୍ରାର୍ଥୀ ସହ ନିର୍ବାଚନ ଲଢ଼ିଛନ୍ତି  ।

ଯଦି ନଜର ପକାଇବା ଝାଡଖଣ୍ଡ ବିଧାନସଭା ନିର୍ବାଚନ ଉପରେ ତେବେ ଏପଟେ ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ସଢେଇକେଲାରୁ ବିଜେପିରୁ ଚଂପାଇ ସୋରେନ, ରାଞ୍ଚିରୁ ଜେଏମଏମ ପ୍ରାର୍ଥୀ ମହୁଆ ମାଝୀ, ଗାନ୍ଧେ ଆସନରୁ ଜେଏମଏମରୁ କଳ୍ପନା ସୋରେନ, ଜାମସେଦପୁର ପଶ୍ଚିମରୁ ବାନ୍ନା ଗୁପ୍ତାରୁ ନିର୍ବାଚନ ଲଢ଼ିଛନ୍ତି । ଝାଡଖଣ୍ଡରେ ବିଜେପି ଏବଂ ଜେଏମଏମ୍‌ ମଧ୍ୟରେ  କିଛି ଆସନରେ ସିଧାସଳଖ ଲଢ଼େଇ ହେଉଛି ।  ଝାଡଖଣ୍ଡରେ ଶାସକ ଇଣ୍ଡିଆ ମେଣ୍ଟ ଓ ଏନଡିଏ ମଧ୍ୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଛି । ଜେଏମଏମ ନେତୃତ୍ୱାଧୀନ ମିଳିତ ମେଣ୍ଟ ଏହାର କଲ୍ୟାଣକାରୀ ଯୋଜନା ଆଧାରରେ କ୍ଷମତା ବଜାୟ ରଖିବାକୁ ଚେଷ୍ଟା କରୁଥିବାବେଳେ ହିନ୍ଦୁତ୍ୱ, ବାଂଲାଦେଶରୁ ଅନୁପ୍ରବେଶ ଏବଂ ବର୍ତ୍ତମାନର ସରକାରଙ୍କ ଦୁର୍ନୀତି ପ୍ରସଙ୍ଗ ଉଠାଇ ଭାଜପା ନିର୍ବାଚନରେ ଏଣ୍ଟ୍ରି କରିଛି। 

ତେବେ ମହାବିକାଶ ଅଘାଡି ଗତ ଲୋକସଭା ନିର୍ବାଚନରେ ୪୮ ଆସନରୁ ୩୧ରେ ବିଜୟ ଲାଭ କରିଛି । ଏହି ଦୃଷ୍ଟିରୁ ବିଧାନସଭା ନିର୍ବାଚନରେ ଏମଭିଏ ମେଂଟ ଶାସନ କ୍ଷମତାକୁ ଫେରିବାକୁ ଆଶା ରଖିଛି ଅନ୍ୟପଟେ  ଯଦି ସୋରେନ କ୍ଷମତାକୁ ଫେରନ୍ତି, ତେବେ ସେ ଇତିହାସ ସୃଷ୍ଟି କରିବେ । ଯଦି ସେ ପରାସ୍ତ ହୁଅନ୍ତି, ତେବେ ୨୪ବର୍ଷ ଧରି ଚାଲିଆସୁଥିବା ପରମ୍ପରା ଝାଡଖଣ୍ଡରେ ଜାରି ରହିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe