କନକ ବ୍ୟୁରୋ : ଯୁଦ୍ଧ କୁହନ୍ତୁ ବା ପ୍ରତିଶୋଧ । ଏହା ଦୁନିଆକୁ କେବଳ ଧ୍ବଂସ ଓ ବିନାଶ ଆଡକୁ ନେଇଥାଏ । ବେହିସାବ ନୀରିହ ଲୋକଙ୍କ ପ୍ରାଣ ଯାଏ ସେଭଳି କିଛି ଦୁଃଖ ସହୁଛି ଗାଜା । ହମାସା ଓ ଇସ୍ରାଏଲ ଲଢ଼େଇରେ ପୁଣି ଯାଇଛି ଅନେକଙ୍କ ଜୀବନ । ଗାଜାର ଏକ ସ୍କୁଲରେ ଆଶ୍ରୟ ନେଇଥିବା ଶରଣାର୍ଥୀଙ୍କୁ ଟାର୍ଗେଟ କରି ଇସ୍ରାଏଲ ସେନା ଅଧରାତିରେ କରିଛି ଅତର୍କିତ ଆକ୍ରମଣ । ଘଟଣାରେ ଶତାଧିକ ଲୋକଙ୍କ ଜୀବନ ଯିବା ସହ ଅଗଣତି ଲୋକ ଆହତ ହୋଇଛନ୍ତି । ତେବେ ଆକ୍ରମଣ କିଛି ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ସୂଚନା ରହିଛି । ଘଟଣାକୁ ନେଇ ଚିନ୍ତା ପ୍ରକାଶ କରିଛି ମିଳିତ ଜାତିସଂଘ । ଆକ୍ରମଣ ଓ ପ୍ରତିଆକ୍ରମଣରେ ନିରୀହ ଲୋକଙ୍କ ଜୀବନ ହାନି ବିଶ୍ବ ପାଇଁ ଚିନ୍ତାର ବିଷୟ ଓ ଏହାର ସମାଧାନ ପାଇଁ ବିଶ୍ବ ରାଷ୍ଟ୍ର ସମୂହ ଆଗେଇ ଆସିବାକୁ ଅପିଲ କରିଛି ୟୁଏନ । ୨୦୦୩ ଅକ୍ଟୋବର ୭ରେ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରିବା ଫଳରେ ହଜାରରୁ ଅଧିକ ସଂଖ୍ୟକ ଲୋକଙ୍କ ମୃତ୍ୟୁ ହୋଇଥିଲା । ଯାହାର ପାଲଟା ଜବାବ ଦେଉଛି ଇସ୍ରାଏଲ ।
ସ୍କୁଲରେ ‘ଆଇଡିଏଫ’ର ବୋମା ବର୍ଷା
-ଆଇଡିଏଫ ଟାର୍ଗେଟରେ ହମାସ
-୨ଟି ସ୍କୁଲ ଉପରେ ବୋମା ବର୍ଷା
-୨୪ଜଣ ଶିଶୁ, ୩୦ଜଣ ମହିଳାଙ୍କ ସମେତ ୧୧୨ଜଣଙ୍କ ପ୍ରାଣହାନି
-୧୨ଜଣ ଡାକ୍ତରଙ୍କ ଜୀବନ ଚାଲିଯାଇଛି
-ଅଧରାତିରେ ଆଇଡିଏଫ ଡ୍ରୋନ୍ ଆକ୍ରମଣ
-ଆଗକୁ ଉତ୍ତରଗାଜାରେ ଅଧିକ ଆକ୍ରମଣ ଆଶଙ୍କା
-ରାଫା ଓ ଖାନ ୟୁନିସ ସହର ଛାଡିବାକୁ ଆଇଡିଏଫର ଅପିଲ
-୭ଦିନରେ ଏକ ଲକ୍ଷରୁ ଅଧିକ ଲୋକଙ୍କ ପଳାୟନ
-ହମାସ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ବିରାମ ସତ୍ତ୍ବେ ଆକ୍ରମଣ କମୁନି