ରାଜଧାନୀରେ ସ୍କୁଲକୁ ବୋମା ଧମକ ; ଭୟରେ ଘରକୁ ପିଲାଙ୍କୁ ଛାଡିଦେଲେ

ଦିଲ୍ଲୀରେ ଦୁଇଟି ସ୍କୁଲକୁ ବୋମା ଧମକ। ପଶ୍ଚିମ ବିହାରରେ ଥିବା ଡିପିଏସ୍ ଆରକେ ପୁରମ୍‌ ଓ ଜିଡି ଗୋଏଙ୍କା ସ୍କୁଲରେ ହଇଚଇ ।    ଧମକ ପରେ ପିଲାଙ୍କୁ ଘରକୁ ପଠାଇଲେ ସ୍କୁଲ କର୍ତ୍ତୃପକ୍ଷ । ଚାଲିଛି ପୋଲିସ ଓ ଅଗ୍ନିଶମବାହିନୀର ସର୍ଚ୍ଚ ଅପରେସନ୍।

11aaa

କନକ ବ୍ୟୁରୋ: ଦିଲ୍ଲୀର ଦୁଇଟି ସ୍କୁଲକୁ ବୋମା ଧମକ। ଡିପିଏସ୍‌ ଆରକେ ପୁରମ୍ ଓ ପଶ୍ଚିମ ବିହାରର ଜେଡି ଗୋଏନକା ସ୍କୁଲକୁ ବୋମା ଧମକ ମିଳିଛି। ଇ-ମେଲରେ ବୋମା ଧକମ ମିଳିଛି। ଏହାକୁ ନେଇ ପୂରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଘଟଣା ପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ସ୍କୁଲକୁ ଆସିଥିବା ପିଲାଙ୍କୁ ତୁରନ୍ତ ଘରକୁ ପଠାଇ ଦିଆଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସ୍କୁଲର ବିଭିନ୍ନ ସ୍ଥାନକୁ ସର୍ଚ୍ଚ କରାଯାଉଛି । ହେଲେ ଏପର୍ଯ୍ୟନ୍ତ କୌଣସି ବିସ୍ଫୋରକ ମିଳିବା ନେଇ ଜଣାପଡ଼ିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe