କନକ ବ୍ୟୁରୋ: ଦିଲ୍ଲୀର ଦୁଇଟି ସ୍କୁଲକୁ ବୋମା ଧମକ। ଡିପିଏସ୍ ଆରକେ ପୁରମ୍ ଓ ପଶ୍ଚିମ ବିହାରର ଜେଡି ଗୋଏନକା ସ୍କୁଲକୁ ବୋମା ଧମକ ମିଳିଛି। ଇ-ମେଲରେ ବୋମା ଧକମ ମିଳିଛି। ଏହାକୁ ନେଇ ପୂରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଘଟଣା ପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ସ୍କୁଲକୁ ଆସିଥିବା ପିଲାଙ୍କୁ ତୁରନ୍ତ ଘରକୁ ପଠାଇ ଦିଆଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସ୍କୁଲର ବିଭିନ୍ନ ସ୍ଥାନକୁ ସର୍ଚ୍ଚ କରାଯାଉଛି । ହେଲେ ଏପର୍ଯ୍ୟନ୍ତ କୌଣସି ବିସ୍ଫୋରକ ମିଳିବା ନେଇ ଜଣାପଡ଼ିନାହିଁ।
ରାଜଧାନୀରେ ସ୍କୁଲକୁ ବୋମା ଧମକ ; ଭୟରେ ଘରକୁ ପିଲାଙ୍କୁ ଛାଡିଦେଲେ
ଦିଲ୍ଲୀରେ ଦୁଇଟି ସ୍କୁଲକୁ ବୋମା ଧମକ। ପଶ୍ଚିମ ବିହାରରେ ଥିବା ଡିପିଏସ୍ ଆରକେ ପୁରମ୍ ଓ ଜିଡି ଗୋଏଙ୍କା ସ୍କୁଲରେ ହଇଚଇ । ଧମକ ପରେ ପିଲାଙ୍କୁ ଘରକୁ ପଠାଇଲେ ସ୍କୁଲ କର୍ତ୍ତୃପକ୍ଷ । ଚାଲିଛି ପୋଲିସ ଓ ଅଗ୍ନିଶମବାହିନୀର ସର୍ଚ୍ଚ ଅପରେସନ୍।
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)