କନକବ୍ୟୁରୋ: ଦୀପାବଳିରେ ଅଶାନ୍ତ ରାଜଧାନୀ ।  ଗୁରୁବାର ହଣାହଣି ପରେ ଗତକାଲି ବୋମା ମାଡ଼ । ବୋମା ମାଡ଼ରେ କାରର କାଚ  ଓ ଗୋଟିଏ ବାଇକ ନଷ୍ଟ ହୋଇ ଯାଇଛି ।  ସୂଚନା ଅନୁସାରେ ଗତକାଲି ସହିଦ ନଗର ଓ୍ଵିନର କ୍ଳବର କିଛି ଯୁବକ ସହିଦ୍ ନଗର ଚାନ୍ଦୀଭଣ୍ଡାର ପାଖରେ ଛିଡା ହୋଇ ସିଗାରେଟ ଟାଣୁଥିବା ବେଳେ ଗୋଶାଳାର କିଛି ଯୁବକ ଆସି କମେଣ୍ଟ କରିଥିଲେ ।

Advertisment

ଦୁଇ ଗୋଷ୍ଠୀ ମୁଁହା ମୁହିଁ ହେବା ପରେ ୧୦ ରୁ ୧୫ ଯୁବକ ଆସି ଆକ୍ରମଣ କରିଥିଲେ । ଏଥିରେ ଜଣେ ଗୁରୁତର ଆହତ ହୋଇଥିଲେ । ସହିଦ ନଗର ଥାନାରେ ମଧ୍ୟ ମାମଲା ଦାୟର ହୋଇଥିଲା ।  ଆଜି ପୁଣି ଥରେ ସେହି ଗୋଷ୍ଠୀ ବାଇକରେ ରାଲି କରି ଆସି ଓ୍ଵିନର କ୍ଲବ ବାହାରେ ବମ ପକାଇବା ସହ ଗାଡି ଭଙ୍ଗା ରୁଜା କରିଥିବାର ଅଭିଯୋଗ ହୋଇଛି । ସହିଦ ନଗର ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରୁଛି । ସିସି ଟିଭି ଫୁଟେଜକୁ ଯାଂଚ  କରୁଛି ପୋଲିସ ।